ଚତୁର୍ଥ ଦିନରେ ବାଲେଶ୍ୱର ପୌରପାଳିକାର ୩ ପ୍ରାର୍ଥୀଙ୍କ ନାମାଙ୍କନ

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ଦିନରେ ଆଜି ୩ ଜଣ କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଶାୟୀମାନେ ପୌରାଧ୍ୟକ୍ଷ ପାଇଁ ୨ ଗୋଟି ଫର୍ମ ଓ କାଉନସିଲର ପଦ ପାଇଁ ୪୨ଟି ଫର୍ମ ବାଲେଶ୍ୱର ପୌରପାଳିକାର ସଂଗ୍ରହ କରିଛନ୍ତି । ଅଦ୍ୟାବଧି ଅଧ୍ୟକ୍ଷ ପଦପାଇଁ ଜଣେ ହେଲେ ନାମାଙ୍କନ ଦାଖଲ କରି ନ ଥିବା ବେଳେ ୪ ଦିନରେ ମୋଟ ୧୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ପୌରପାଳିକା ପକ୍ଷରୁ ଜଣାପଡ଼ିଛି । ଚତୁର୍ଥ ଦିନରେ ୫ ନଂ ୱାର୍ଡ଼ ପାଇଁ ସାହେବ ଅକ୍ତର, ୧୫ ନଂ ୱାର୍ଡ଼ ପାଇଁ ରଶ୍ମିରେଖା ଶତପଥୀ ଓ ୯ ନଂ ୱାର୍ଡ଼ କାଉନସିଲର ପଦ ପାଇଁ ଦୀନେଶ କୁମାର ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ । ତେବେ ଅଦ୍ୟାବଧି କୌଣସି ଦଳୀୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିବା ଜଣାପଡ଼ିଛି । ୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ତା’ପୂର୍ବରୁ ବାଲେଶ୍ୱର ପୌରପାଳିକାର ୩୧ ଗୋଟି ୱାର୍ଡ଼ ସମେତ ଅଧ୍ୟକ୍ଷ ପଦ ପାଇଁ ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହେବା ନେଇ ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ