ଚତୃର୍ଥ ତମ ଓପେନ ରାଜ୍ୟସ୍ତରୀୟ ଟାଏକୋଣ୍ଡୁ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସ୍ଥାନୀୟ ହିଲପଟଣା ସ୍ଥିତ ସଂସ୍କୁତି ଭବନ ଠାରେ ଓପେନ ରାଜ୍ୟସ୍ତରୀୟ ଚତୃର୍ଥ ତମ ଟାଏକୋଣ୍ଡୁ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ପ୍ରଥମ ପଯ୍ୟlୟ ମେଡଲ ବିତରଣ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, କର୍ପୋରେଟର ମଳୟ ବିଷୋୟୀ ଏବଂ ମେଜର ଅରୁଣ ଚହୁlନ ପଦକ ବିତରଣ କରିଥିଲେ l ସନ୍ଧ୍ୟାରେ ମୁଖ୍ୟ ଉଦଯାପନୀ ଉତ୍ସବରେ ଓଡିଶା ଟାଏକୋଣ୍ଡୁ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ଦାସ , ଓଟିଏର ଟେକ୍ନିକାଲ ଡାଏରେକ୍ଟର ଜୟକୃଷ୍ଣ ପରିଡା,TAB ଫିଷ୍ଟ ଚେରମେନ କାର୍ତ୍ତିକ ଚନ୍ଦ୍ର ମହାପାତ୍ର,ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, କର୍ପୋରେଟର ଆର ପାବନୀ, ଅlରର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ,ଉପସ୍ଥିତ ରହି ପଦକ ବିତରଣ କରିଥିବାବେଳେ,କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅମୁଲ୍ୟ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଟାଏକୋଣ୍ଡୁ ଆସୋସିଏସନର ସଭାପତି ଜିତେନ୍ଦ୍ର କୁମାର ମୁନି, ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ, ଏବଂ ସହ ସମ୍ପାଦକ ଲିଙ୍ଗରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତାରେ ଓଡିଶlର ୧୨ ଗୋଟି ଜ଼ିଲ୍ଲା ତଥା ଗଞ୍ଜାମ,ଗଜପତି,କନ୍ଧମାଳ,କୋରାପୁଟ,ରାୟଗଡା,କଳାହାଣ୍ଡି ,ଅନୁଗୁଳ, ଢେଙ୍କାନାଳ, କେଉଁଝର, ଯାଜପୁର, କଟକ, ଭୁବେନେଶ୍ୱର ରୁ ୪00 ରୁ ଉର୍ଦ୍ଧ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିବା ବେଳେ l ରାଜ୍ୟ ଓ ରାଜ୍ୟ ବାହାରୁ ୨0 ଜଣ ଅଭିଜ୍ଞ ରେଫେରୀ ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ