ଚନ୍ଦନପୁର ପଞ୍ଚାୟତରେ ୧୦ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତରେ ଓଡିଶା ଜୀବିକା ମିଶନ ଓ ମିଶନଶକ୍ତି ବିଭାଗ ସହଯୋଗରେ ରାଜ୍ୟର ପ୍ରଥମ ୧୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳ ଭଣ୍ଡାର (ସ୍ୱାବଲମ୍ବିନୀ ଗୃହ) ବୁଧବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଉଦଘାଟନ କରି କହିଥିଲେ ଯେ ଏହି ଶୀତଳଭଣ୍ଡାର ଦ୍ୱାରା କେନ୍ଦ୍ରାପଡା ବ୍ଲକର ଚନ୍ଦନପୁର, ସାନମାଣିତିଆ, ପଳସିଂହା, କେଶପୁର ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ । ବିନା ବିଦ୍ୟୁତରେ ସୈାରଶକ୍ତି(ସୈାଲାର ସିଷ୍ଟମ)ଦ୍ୱାରା ପରିଚାଳିତ ଏହି ୧୦ ମେଟ୍ରିକ ଟନ ବିଶିଷ୍ଟ ଶୀତଳ ଭଣ୍ଡାର ଏଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୁରଣ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଯୋଗଦେଇ କହିଥିଲେ ଯେ ଏହି ସ୍ୱାବଲମ୍ବିନୀ ଗୃହଟି ସଂପୂର୍ଣ୍ଣ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ଦ୍ୱାରା ଗଠିତ ଚନ୍ଦନପୁରର ଦଧିବାମନଜୀଉ ଉଦ୍ୟୋଗ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ । ୨୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହୋଇଥିବା ଏହି କ୍ଷୁଦ୍ର ଶୀତଳଭଣ୍ଡାରଟି ଏହି ଅଞ୍ଚଳର ଚାଷୀଭାଇମାନଙ୍କ ଉତ୍ପାଦିତ ପନିପରିବାକୁ ସଂରକ୍ଷିତ କରି ରଖିବା ପାଇଁ ସାହାଯ୍ୟ କରିବ । ଆଗାମୀ ଦିନରେ ବ୍ଲକର ଅନ୍ୟ ପଞ୍ଚାୟତ ଗୁଡିକରେ ମଧ୍ୟ ଏଭଳି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବିଡିଓ ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ପ୍ରଶାସନ) ମନ୍ଦରଧର ମାହାଳିକ, ସହକାରୀ ବିଡିଓ ଅନିରୁଦ୍ଧ ବେହେରା, ସହକାରୀ ଉଦ୍ୟାନକୃଷି ଅଧିକାରୀ ଜ୍ୟୋତିର୍ମୟୀ ସାହୁ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସତ୍ୟଭାମା ପ୍ରଧାନ, ମିଶନଶକ୍ତିର ବିପିଏମ, ଚନ୍ଦନପୁର ସରପଞ୍ଚ ସୋନାଲି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ