ଧୂମାତ ପଞ୍ଚାୟତ ପୋଖରୀ ଖୋଳା ଦୁର୍ନୀତି ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତରେ ପୋଖରୀ ଖୋଳାରେ ଦୁର୍ନୀତି ହୋଇଥିବା ନେଇ କେତେକ ବ୍ୟକ୍ତି ନିକଟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଧୂମାତ ସରପଞ୍ଚନରହରି ପାଣି କହିଛନ୍ତି ଯେ ପ୍ରକୃତରେ ଧୂମାତ ପଞ୍ଚାୟତର ମୋହନା ଯୋର ନିକଟରେ ଏକ ପୋଖରୀ ଖୋଳା ଯାଇଛି । ଆଗକୁ ନିର୍ବାଚନ ଆସୁଥିବାରୁ କେତେକ ଖଳ ପ୍ରକୃତିର ଲୋକ ଏବଂ ବିରୋଧୀ ଦଳ ପକ୍ଷରୁ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସରପଞ୍ଚ ଶ୍ରୀ ପାଣି କହିଛନ୍ତି । ସେହି ପୋଖରୀ ଖୋଳାଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ମଧ୍ୟ ସନାତନ ସାହୁ, ରତ୍ନାକର ନାୟକ, ସୁନାକର ସାହୁ, ତୁଷାରକାନ୍ତ ରାଉତ, ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ କେନ୍ଦ୍ରାପଡା ବିଡିଓଙ୍କୁ ଏବାବଦରେ ଲିଖିତ ଭାବେ ଜଣାଇଛନ୍ତି ଯେ ମୋହନା ଯୋର ନିକଟରେ ପୋଖରୀ ଖୋଳାଯାଇଛି । ସରପଞ୍ଚଙ୍କୁ ବଦନାମ କରିବା ଉଦେଶ୍ୟରେ ଏଭଳି ମିଛ ଅଭିଯୋଗ କରାଯାଇଥିବା ପଞ୍ଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି ।


