ଚନ୍ଦନପୁର ପୁରାତନ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ

ବଡସାହି,(ନିରଞ୍ଜନ ମହାନ୍ତ):ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ ଚନ୍ଦନପୁର ପୁରାତନ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଦେବଳା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦିପକ ଦଣ୍ଡପାଟ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଜ୍ୟୋତିର୍ବିଦ ଅଲେଖ ରଞ୍ଜନ ପାଠୀ, ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରିୟବ୍ରଦ ନାୟକ ଓ ବାରିପଦା ଉପଖଣ୍ଡ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ବିଭିନ୍ନ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ସର୍ବଶ୍ରୀ ଦେବେନ୍ଦ୍ର ପଣ୍ଡା, ଗିରିଶ୍ଚନ୍ଦ୍ର ପଣ୍ଡା, ବିଶ୍ବଜିତ ସାହୁ, ପ୍ରଦୀପ ଭୂୟାଁ, ରଜତ ଦାଶ, ବୃନ୍ଦାବନ ପୃଷ୍ଟି ଓ ରଞ୍ଜନ ପ୍ରଧାନ ମଞ୍ଚାସୀନ ହୋଇ ନିଜର ବକ୍ତବ୍ୟ ରଖିଥିଲେ । ବାର୍ଷିକ ଉତ୍ସବ ଶିକ୍ଷାନୁଷ୍ଠାନ ଓ ତା’ର ଛାତ୍ରଛାତ୍ରୀଙ୍କ ପାଇଁ ଅବିସ୍ମରଣୀୟ ଦିବସ ବୋଲି ସମସ୍ତେ କହିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ସଞ୍ଜୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସ୍କୁଲ ପରିଚାଳନା ସମିତିର ଅଧ୍ୟକ୍ଷା, ସଦସ୍ୟ/ସଦସ୍ୟା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ