ଚନ୍ଦନେଶ୍ଵର ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ଏପ୍ରିଲ ୨୬ ତାରିଖ ତାଳସାରି ମେରାଇନ ଥାନା ଅଧୀନ ଚନ୍ଦନେଶ୍ଵର ୟୁନିୟନ ବ୍ୟାଙ୍କ ଡ଼କାୟତ ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ତୟବ ଅଲ୍ଲୀ ମୁଲ୍ଲା କୁ ପଶ୍ଚିମବଙ୍ଗ ରୁ ଗିରଫ କରିବା ସହ ତା ନିକଟରୁ ଡକାୟତି କରିଥିବା ସୁନା ଅଳଙ୍କାର ମଧ୍ୟରୁ ୮୫୪ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ବାଲେଶ୍ଵର ପୋଲିସ। ଏ ନେଇ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏସପି ଶ୍ରୀମତୀ ନାଥ କହିଛନ୍ତି,ତାଳସାରି ମେରାଇନ ଥାନା କେଶ ନଂ ୩୬/୨୬.୦୪.୨୩ ଚନ୍ଦନେଶ୍ଵର ୟୁନିୟନ ବ୍ୟାଙ୍କ ଡକାୟତି ଘଟଣାର ମୋଟ ୧୪ ଜଣ ସାମିଲ ଥିବା ବେଳେ ପୂର୍ବରୁ ୬ ଜଣକୁ ଗିରଫ କରାଯାଇଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁ ବାଲେଶ୍ଵର ପୋଲିସ ଗିରଫ କରିଛି ।ତେବେ ପୂର୍ବରୁ ଗିରଫ ୬ ଜଣଙ୍କ ମଧ୍ୟରୁ ବ୍ୟାଙ୍କ ଡକାୟତି ଯୋଜନା କରିଥିବା ମୁଖ୍ୟ ୪ ଜଣଙ୍କ ମଧ୍ୟରୁ ୩ ଜଣ ଧରା ପଡ଼ିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ତୟବ ଅଲ୍ଲୀ ମୁଲ୍ଲା କୁ ବାଲେଶ୍ଵର ପୋଲିସ ଟିମ ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଉତ୍ତର ୨୪ ପ୍ରଗଣା ବସିରହାଟ ଥାନା ସନ୍ଦେଶଖାଲି ସ୍ଥିତ ଘରୁ ଗିରଫ କରିଛି।ଏଥି ସହିତ ଅଭିଯୁକ୍ତର ଘର ଯାଞ୍ଚ କଲାପରେ ଡକାୟତି ହୋଇଥିବା ସୁନା ଅଳଙ୍କାର ମଧ୍ୟରୁ ୮୫୪ ଗ୍ରାମ ସୁନା ଅଳଙ୍କାର ଯାହାର ମୂଲ୍ୟ ଆନୁମାନିକ ୪୯ ଲକ୍ଷ ଟଙ୍କା ହେବ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି।ତେବେ ତଦନ୍ତ ଜାରି ରହିଛି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ,ଏହି ଆନ୍ତଃରାଜ୍ୟ ଡ଼କାୟତ ଗ୍ୟାଙ୍ଗ ପୂର୍ବରୁ ବସ୍ତା ବ୍ୟାଙ୍କ ଡକାୟତି ଓ ପଶ୍ଚିମବଙ୍ଗ ରେ ମଧ୍ୟ ବ୍ୟାଙ୍କ ଡକାୟତି କରିଥିବାର ତଦନ୍ତରେ ଜଣାପଡିଛି।ଚନ୍ଦନେଶ୍ଵର ବ୍ୟାଙ୍କ୍ ଡ଼କାୟତିରେ ୪ ଜଣ ସ୍ଥାନୀୟ ଲୋକଙ୍କ ହାତ ଅଛି ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ ସାହୁ,ତାଳସାରି ମେରାଇନ ଥାନା ଆଇଆଇସି ଚମ୍ପାବତୀ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।