ଚନ୍ଦାଙ୍କ ପରିବାରକୁ ୫ଠଠ କୋଟି ଲାଞ୍ଚର ଲାଭ ସମ୍ପତ୍ତି ଜବତ କରିବ ଇଡି!

ନୂଆଦିଲ୍ଲୀ, (ଏଜେନ୍ସି): ଆଇସିଆଇସିଆଇ-ଭିଡ଼ିଓକନ୍ ମନିଲଣ୍ଡ୍ରିଂ ମାମଲାରେ ଇଡ଼ି ଚନ୍ଦା କୋଚର୍ଙ୍କ ସମସ୍ୟା ବଢ଼ାଇଦେଇଛି । ଏବେ ଏହି ଯାଞ୍ଚ୍ରେ ଏକ ନୂଆ ତଥ୍ୟର ସନ୍ଧାନ ମିଳିଛି । ସୂଚନାନୁସାରେ ଏହି ମାମଲାରେ ଚନ୍ଦା କୋଚର୍ ଓ ତାଙ୍କ ପରିବାରକୁ ୫୦୦କୋଟି ଟଙ୍କାର ଲାଭ ମିଳିଥିଲା । ଏକ ଖବର ଅନୁସାରେ ମନି ଲଣ୍ଡ୍ରିଂ ମାମଲାରେ ଚନ୍ଦା କୋଚର୍ଙ୍କୁ ମୋଟା ଅଙ୍କର ଲାଞ୍ଚ ତଥା ଲାଭ ମିଳିବା ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ଏହି ତଥ୍ୟ ପରେ କୋଚର୍ ପରିବାରର ସମ୍ପତ୍ତି ଜବତ ହେବାର ସମ୍ଭାବନା ରହିଛି । ସୂଚନାନୁସାରେ ଇଡ଼ି ବର୍ତ୍ତମାନ ସମୁଦାୟ କେତେ ଋଣ କେତେ ସମୟ ଭିତରେ ପାସ୍ କରାଯାଇଛି, ସେ ସମ୍ବନ୍ଧରେ ଯାଞ୍ଚ୍ କରୁଛି । ଏହାପରେ ଚନ୍ଦା କୋଚର୍ ଓ ଦୀପକ କୋଚରଙ୍କ ପାଖରେ ଯାହାବି ସମ୍ପତ୍ତି ରହିଛି, ତାହାକୁ ଜବତ କରାଯିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପୂର୍ବରୁ ଇଡ଼ି ଭିଡ଼ିଓକନ୍ ଲୋନ୍ ଠକେଇ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଓ ଭିଡ଼ିଓକନ୍ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ଘର ଓ ଅଫିସ୍ର ଯାଞ୍ଚ୍ କରିଛନ୍ତି । ଇଡ଼ିର ସୂଚନାନୁସାରେ ମୁମ୍ବାଇରେ ତାଙ୍କର ଅତିକମ୍ରେ ୫ଟି ଅଫିସ୍, ଘର ଓ ଅନ୍ୟ କିଛି ସ୍ଥାନରେ ଛାନ୍ଭିନ୍ କରାଯାଇଛି । ସିବିଆଇ ପକ୍ଷରୁ ଗତ ମାସରେ ଦାଏର କରାଯାଇଥିବା ଅଭିଯୋଗ ପରେ ଇଡ଼ି ଯାଞ୍ଚ୍ କରିବା ନେଇ ନିଷ୍ପତ୍ତି ନେଇଥିଲା । ଗତ ମାସରେ ସବିଆଇ ଏହି ଲୋକଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଥିଲା । ଅଭିଯୋଗ ଅନୁସାରେ ବେଣୁଗୋପାଳ ଧୁତ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର୍ଙ୍କ କମ୍ପାନୀ ନ୍ୟୁପାୱାରରେ ନିଜ କମ୍ପାନୀ ସୁପ୍ରିମ ଏନର୍ଜୀ ମାଧ୍ୟମରେ ନିବେଶ କରିଥିଲା । ଏଥିପାଇଁ ବେଣୁଗୋପାଳ ଧୁତ ଯେଉଁ ଲୋନ୍ ନେଇଥିଲେ, ତାହାକୁ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍ର ସିଇଓ ଭାବେ ମଞ୍ଜୁରୀ ପ୍ରଦାନ କରିଥିଲେ । ପରେ ଏକ ଜଟିଳ ଡିଲ୍ରେ ନ୍ୟୁପାୱାର ଓ ସୁପ୍ରିମ ଏନର୍ଜୀ ମାଲିକ ଭାବେ ପରିବର୍ତ୍ତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ