ଚନ୍ଦା କୋଚର ଙ୍କ ଘରେ ଇଡି ର ଚଢାଉ
ଭିଡିଓକୋନ ଋଣ ଦେଣନେଣ ମାମଲାରେ ଆଜି ଇଡି ଆଇସିଆଇସିଆଇବ୍ୟାଙ୍କ ର ପୂବ ର୍ତନ ନିର୍ଦ୍ଧେଶିକା କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଓ ଭିଡିଓକୋନ ପରିଚାଳନା ନିର୍ଦ୍ଧେଶକ ବେଣୁ ଗୋପାଳ ଧୁତ ଙ୍କ ର ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ମୁମ୍ବାଇ ଏବଂ ଅନ୍ୟ କେତେକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ସିବିଆଇ ପକ୍ଷରୁ ଚନ୍ଦାକୋଚର ଙ୍କ ବିରୁଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି ତାଙ୍କ ସ୍ୱାମୀ ଦୀପକ କୋଚର ଏବଂ ବେଣୁ ଗୋପାଳ ଙ୍କ ବିରୁଧରେ ପୁଣିଥରେ ଲୁକଆଉଟ କରାଯାଇଛି । ବିନା ଅନୁମତିରେ ବିଦେଶ ଯାତ୍ରା ଉପରେ ରୋକ ଲାଗାଯାଇଛି । ତେଣୁ ସମସ୍ତ ବିମାନ ବନ୍ଦରକୁ ଲୁକଆଉଟ ସର୍କୁଲାର ଜରି କରାଯାଇଛିା ସୂଚନା ଥାଉ କି ୨୦୧୨ ମସିହାରେ ଆଇସିଆଇସିଆଇବ୍ୟାଙ୍କ ଭିଡିଓକୋନ ଗ୍ରୁପର ୫ଟି କମ୍ପାନୀ କୁ ୩ହଜାର ୨ଶହ ୫୦କୋଟି ଟଙ୍କା ଋଣ ଦେଇଥିଲା ପରେ ଭିଡିଓକୋନ ଗ୍ରୁପ ମୋଟ ଋଣର ୮୬ପ୍ରତିଶତ ବା ୨ହଜାର ୮ଶହ ୧୦କୋଟି ସୁଝି ନଥିଲା ଫଳରେ ୨୦୧୭ ରେ ଏହି ଋଣକୁ ଏନପିଏ ଭାବେ ଘୋଷଣା କରିଯାଇଥିଲା ଉକ୍ତ ଋଣ ପ୍ରଦାନ କରିବା ପାଇଁ ଗଠିତ କମିଟିରେ ଚନ୍ଦା କୋଚର ଉପସ୍ଥିତ ଥିଲେ । ନିଜ ସ୍ୱାମୀଙ୍କ କମ୍ପାନୀ କୁ ଋଣ ଦେବା ପାଇଁ ଚନ୍ଦା କୋଚର ପକ୍ଷପାତିତା କରିବା ଅଭିଯୋଗ ହୋଇଥିଲା