ଚନ୍ଦ୍ରଭାଗା ସମୁଦ୍ରରେ ଡଙ୍ଗା ବୁଡି ଘଟଣା, ନିଖୋଜ ମତ୍ସ୍ୟଜୀବୀର ଶବ ଉଦ୍ଧାର

କୋଣାର୍କ, (ଗଣେଶ ବେହେରା): ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନସ୍ଥ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ପିକେ ଆପଲରାଜୁ ମାଛଧରିବା ପାଇଁ ସମୁଦ୍ର କୁ ଗତକାଲି ଯାଇ ଡଙ୍ଗା ବୁଡି ଯିବାରେ ନିଖୋଜ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଭାଗା ଠାରୁ ୨କିମି ଦୂର ଖଣ୍ଡିଆ ମୁହାଣ ନିକଟରୁ ଉଦ୍ଧାର କରାଯାଇଛି। ଖବରରୁ ପ୍ରକାଶ ଯେ ଗତକାଲି ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୬ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର କୁ ଯାଇଥିଲେ। ଡଙ୍ଗା ବୁଡି ଯିବାରେ ୫ଜଣଙ୍କୁ ଚମ୍ପାହର ଅଗ୍ନିସମ ବିଭାଗ ଉଧାର କରିଥିବା ବେଳେ ପିକେ ଆପଲରାଜୁ ନିଖୋଜ ହୋଇଯାଇଥିଲେ। ଚମ୍ପାହର ଅଗ୍ନିସମ ଅଧିକାରୀ ତୃଷାରକାନ୍ତ ପରିଜା ସଦଳବଳେ ଚନ୍ଦ୍ରଭାଗା ଠାରୁ ୨କିମି ଦୂର ଖଣ୍ଡିଆ ମୁହାଣ ନିକଟରୁ ଉଦ୍ଧାର କରିଛି। ଖବର ପାଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ନିଳୀମା ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ଯବଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି। ଏନେଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ