ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ, ଵୋଦାପଳଶା ରେ ଶତ ବାର୍ଷିକୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ, ଵୋଦାପଳଶା ର ପ୍ରଧାନ ଶିକ୍ଷକ ତଥା ଆବାହକ ଶ୍ରୀ ନୀଳାମ୍ବର ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ଶ୍ରୀ ଜଗନ୍ନାଥ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଶିକ୍ଷକ ତଥା ପ୍ରାକ୍ତନ ଛାତ୍ର ଶ୍ରୀ ରମେଶ ଚନ୍ଦ୍ର ହୋତା,ବନ ବିହାରୀ ଦାସ, ମହେନ୍ଦ୍ର କୁମାର ମହାନ୍ତ, ଭାଗୀରଥି ମହାନ୍ତ ଏବଂ ପୁରାତନ ଛାତ୍ର ଶ୍ରୀ ଶ୍ୟାମସୁନ୍ଦର ବାରିକ,ମନୋଜ କୁମାର ସାହୁ, ଦେବେନ୍ଦ୍ର କୁମାର ମହାନ୍ତ, ମୀନ କେତନ ମହାନ୍ତ, ଚୋୖଧୁରୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରଥ ମୁଣ୍ଡାଙ୍କ ସମେତ ବୋଦାପଳଶା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲ ଡିହା, ଶଙ୍କରପୁର, କେନ୍ଦୁଆ ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ସମ୍ବନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବୈଠକରେ ସଭାପତିଙ୍କ ଉପସ୍ଥିତିରେ ଶତ ବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ଉପସ୍ଥିତ ଥିବା ସଦସ୍ୟମାନଙ୍କ ମତାମତ କ୍ରମେ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ ହୋଇଥିଲା। ଆସନ୍ତା ଶନିବାର ତା୧୫.୯.୨୦୨୫ ଦିବା ୨ ଘଟିକା ସମୟ ରେ ଏକ ପୂର୍ଣ୍ଣାଙ୍ଗ ରୁପରେଖା ବୈଠକରେ ଆଲୋଚନା ହେବାପାଇଁ ସ୍ଥିରିକୃତ ହୋଇଅଛି । ଶ୍ରୀ ପ୍ରତ୍ୟୁଷ ପଟ୍ଟନାୟକ ବୈଠକ ପରିଚାଳନା କରିଥିଲେ ଓ ବୋଦାପଳସା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଭାଗ୍ୟ କୁମାର ଦାସ ବୈଠକରେ ଅଂଶ ଗ୍ରହଣ କରିଥିବା ସମସ୍ତ ସହଯୋଗୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ଆସନ୍ତା ଶନିବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୁରାତନ ଛାତ୍ର ଓ ଛାତ୍ରୀ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ