ଚନ୍ଦ୍ର ପୂଜନ ଉତ୍ସବ ଅନୁଷ୍ଠିତ।
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ସହିତ ଚନ୍ଦ୍ର ପୂଜନ ଉତ୍ସବ ଶେଷ ହୋଇଛି। ଵିଶେଷ କରି ଏହା କୁମାରୀ ମାନଙ୍କ ଆଶା ଆକାଂକ୍ଷା ର ପର୍ବ ହୋଇଥିବା ବେଳେ ନବ ଵଧୂଙ୍କ ପାଇଁ ମଧ୍ୟ ଚନ୍ଦ୍ର ପୂଜନ ଉତ୍ସବ ଭାବେ ପରିଗଣିତ ହୋଇଥାଏ। ପ୍ରତ୍ୟୁଷରୁ ଉତ୍ସବ ପାଇଁ ଵିଭିନ୍ନ ଦେବାଦେବୀ ମନ୍ଦିର ରେ ଵ୍ରତଧାରୀ କୁମାରୀ ଓ ନଵଵଧୂଙ୍କ ପୂଜାର୍ଚ୍ଚନା ଦେଖିବାକୁ ମିଳିଥିଲା।ସୂର୍ଯ୍ୟ ଅସ୍ତ ପରେ ଵୃନ୍ଦାଵତୀ ମୂଳରେ ଵୈଦିକ ଵିଧିମତେ ଵିଭିନ୍ନ ଫଳ ଓ ପୁଷ୍ପରେ ଚାନ୍ଦ ପୂଜା ଆୟୋଜନ ହୋଇଥିଲା। ଏଥିରେ କୁମାରୀ ମାନଙ୍କ ସହିତ ନଵଵଧୂ ମାନେ ଉପସ୍ଥିତ ରହି ଚନ୍ଦ୍ରମାଙ୍କୁ ଵନ୍ଦାପନା କରିଥିଲେ। ବ୍ଲକର ଜଗନ୍ନାଥ ପ୍ରସାଦ, ଛତାବର, ଦକ୍ଷିଣଵାଡ, ରହଣିଆ, ପରମାନନ୍ଦପୁର,କୁମ୍ଭାରିଆ ମଂଜୁରୀ, ମଣିନାଥପୁର, ପାଟୁଳି, ନଗୁଆଁ, ଜଳମଣ୍ଡୁଆ, ନୀର୍ଗୁଣ୍ଡି ପ୍ରମୁଖ ସ୍ଥାନ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ଚନ୍ଦ୍ର ପୂଜନ ଉତ୍ସବ ପାଳିତ ହୋଇଯାଇଛି।


