ଶିକ୍ଷା କର୍ମଚାରୀଙ୍କ ସ୍ମୃତି ସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ବ୍ଲକ ଭାଗିବିନ୍ଧା ସଂଯୁକ୍ତ ଉପ୍ରା ବିଦ୍ୟାଳୟର ଶିକ୍ଷା କର୍ମଚାରୀ ସ୍ବର୍ଗତ ନୀଳମଣି କୁଣ୍ଡୁଙ୍କ ଏକାଦଶାହରେ ଏକ ସ୍ମୃତି ଚାରଣ ସଭା ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ଧଳ, ଶିକ୍ଷକ ଖଗେଶ୍ବର ସୁତାର, ଅନନ୍ତ ପ୍ରସାଦ ସାମଲ, ଅବସରପ୍ରାପ୍ତ ଅମଲାତନ୍ତ୍ରୀ ବାଇଧର ସାହୁ, ପ୍ରାକ୍ତନ ଶିକ୍ଷକ ନକୁଳ ସେନାପତି, ପଦ୍ମନାଭ ପଣ୍ଡା, ରାଜକିଶୋର ଦାସ, ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଦିବଂଗତ ଶିକ୍ଷା କର୍ମଚାରୀଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜୀବି ଓ ଗ୍ରାମବାସୀ ଯୋଗଦେଇ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମକୁ ବଟକୃଷ୍ଣ କୁଣ୍ଡୁ ଓ ସୁଧିର କୁଣ୍ଡୁ ପ୍ରମୁଖ ପରିଚାଳନା କରିଥିଲେ।


