ଚବିଶି ପ୍ରହର ନାମ ଯଜ୍ଞ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ପୂଣ୍ୟ ପଞ୍ଚୁକ ବ୍ରତ ଅବସରରେ ବେଲଗୁଣ୍ଠା ବାଙ୍କ ବଜାର ଠାରେ ଚବିଶି ପ୍ରହରୀ ନମାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ବୁଧବାରଦିନସନ୍ଧ୍ୟାରେ ଅଧିବାସନୀତି ସମାପନ ପରେ ଗୁରବାରଦିନସକାଳ ୭ଟା ରେ ଅଖଣ୍ଡ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ରବିବାର ଦିନ ସକାଳ ୭ ଘଣ୍ଟ ସମୟରେ ଉଦଯାପନ ହୋଇଥଲା । ଦୀର୍ଘ ୩ ଦିନ ବ୍ୟାପି ଅନୁଷ୍ଠିତ ଯଜ୍ଞ ରେ ୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯଥା କୁମ୍ପାପଡ଼ା , ଜିରୋଳି , ଅଢେଇ ଗାଁ , ଡେଙ୍ଗା ପଦର , ଓ ଖମାର ପାଲି ଭାଗ ନେଇଥିଲେ । ପ୍ରତିଦିନ ନମଯଜ୍ଞ ସହିତ ଅନ୍ନ ଯଜ୍ଞ ର ବ୍ୟବସ୍ଥା କରାଯାଇଥିଲା । ଶହଶହ ଶ୍ରଦ୍ଧାଳୁ ସକାଳେ ଓ ସନ୍ଧ୍ୟାରେ ସଙ୍କୀର୍ତ୍ତନ ର ମଜା ଉଠାଇ ପ୍ରସାଦ ସେବନ କରୁଥିଲେ । ପୂଜା ରୀତିନୀତି କୁରାଳ ଦାମୋଦର ଦାସ ମହାରାଜ ସମାପନ କରୁଥିବା ବେଳେ କାର୍ଯ୍ୟକ୍ରମ କୁ ବେଲଗୁଣ୍ଠା ବାଙ୍କ ବାଜର ବାସୁଦେବ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ର ସଭାପତି ଜିତେନ୍ଦ୍ର ସୁବୁଦ୍ଧି , ସଂପାଦକ ଭାଗିରଥି ଡାକୁଆ , କୋଷାଧ୍ୟକ୍ଷ ଭି ମନୋରଂଜନ ପାତ୍ର , ଓ ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ରଙ୍କ ସମେତ ସାହିର ସମସ୍ତ ବାସିନ୍ଦା ସୁଚାରୁ ରୂପେ ତୁଲାଇ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ