ଚମଡା କ୍ଷେତ୍ରରେ ୫ବର୍ଷରେ ହେବ ୨ ନିୟୁତ ନିଯୁକ୍ତି-ଡଃ ମହେନ୍ଦ୍ର ନାଥ ପାଣ୍ଡେ
ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଭାରତରେ ଚମଡା ଏକ ରତ୍ପାନୀ ସଂଚାଳିତ କ୍ଷେତ୍ର ଭାବରେ ଆସନ୍ତା ୫ ବର୍ଷ ମଧ୍ୟରେ ୨ ନିୟୁତ ନିିଯୁକ୍ତି ସୃଷ୍ଟି କରିବ ବୋଲି ଚେନ୍ନାଇ ଠାରେ ବିଦ୍ୟାର୍ଥୀ ମାନଙ୍କୁ ଚମଡା କ୍ଷେତ୍ରରେ ଆରପିଏଲ ପ୍ରମାଣ ପତ୍ର ଦେବା ଅବସରରେ କହିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ୨୦୧୯ ବଜେଟରେ ଚମଡା କ୍ଷେତ୍ରରେ ରତ୍ପାନୀ ଶୁଳ୍କ କୁ ତର୍କ ସଙ୍ଗତ କରାଯିବ ବୋଲି ଘୋଷଣା କରାଯାଇଥିଲା । ସ୍କିଲ ଇଣ୍ଡିଆ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ସ୍ନାତକ ବିଦ୍ୟାର୍ଥୀ ମାନଙ୍କୁ ଚମଡା କମ୍ପାନୀ ମାନଙ୍କରେ ପ୍ରଚଳିତ କୌଶଳ ଭିତିରେ ମୁଲ୍ୟାୟନ ଓ ପ୍ରମାଣିତ କରାଯାଇଥିଲା । ଏହି ଚମଡା କ୍ଷେତ୍ରରେ କୌଶଳ ପରିଷଦ (ଏଲଏସଏସସି) ରେ ପ୍ରମାଣପତ୍ର ସମାରୋହରେ ତାମିଲନାଡୁ ଶ୍ରମ ଓ ରୋଜଗାର ମନ୍ତ୍ରୀ ଡଃ ନିଲୋଫର କାଫିଲ ମଧ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (୨୦୧୬-୨୦) ରେ ଗତ ସପ୍ତାହ ସୁଦ୍ଧା ୨ ନିୟୁତ ଆରପିଏଲ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି । ସଦ୍ୟପ୍ରାପ୍ତ ରିପୋର୍ଟ ଅନୁସାରେ ୨.୭୮ ନିୟୁତ ଆଶାୟୀ ମଧ୍ୟରେ ୨.୭୦ ନିୟୁତ ପ୍ରଶିକ୍ଷଣ ଦିଆଯାଇଥିଲା । ତନ୍ମଧ୍ୟରୁ ୨.୧୫ ନିୟୁତଙ୍କୁ ମୁଲ୍ୟାୟନ କରାଯାଇ ୨.୦୩ ନିୟୁତ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ମୋଚି ସ୍ୱାଭିମାନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି । ଏଥିରେ ଚମଡା କ୍ଷେତ୍ର କୌଶଳ ପରିଷଦ ସମର୍ଥନରେ ଛତାତଳେ ବସୁଥିବା ଓ ଦୋକାନ କରିଥିବା ମୋଚି ମାନଙ୍କୁ ଉନ୍ନତ ବାତାବରଣ ଯୋଗାଇ ଶ୍ରମ ଗାରିମା ଉପରେ ଦିଆଯିବ । ଚମଡା କ୍ଷେତ୍ର କୌଶଳ ପରିଷଦ (ଏଲଏସଏସସି) ର ପ୍ରୟାସକୁ ପ୍ରଶଂସା କରି ଡଃ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି, “ବିଶ୍ୱସ୍ତରରେ ଭାରତ ଚମଡା ପୋଷାକ ଓ ଜୋତା ର ଦ୍ୱିତୀୟ ସର୍ବବୃହତ ଉତ୍ପାଦକ । ଭାରତରେ ଜୋତା ଓ ଅନ୍ୟାନ୍ୟ ଚମଡା ସାମଗ୍ରୀ ର ସମୃଦ୍ଧ ଅତିତ ରହିଆସିଛି । ଏହା ଆଗ୍ରା, କାନପୁର, ଅମ୍ବୁର ଆଦି ସ୍ଥାନରେ ଉଚ୍ଚ କୁଶଳ କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଆଜି ଏହିସବୁ କୌଶଳ କରି ଏହାକୁ ଜିବୀକା ସାଧନ ପାଇଁ ପ୍ରୋତ୍ସାହନର ସମୟ ଆସିଛି ।” ସେ କହିଥିଲେ, “ ଭାରତ ସରକାର ଏହି କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେଇଛନ୍ତି । କଂଚାମାଲ ଏବଂ ଅର୍ଦ୍ଧନିର୍ମିତ ଚମଡାର ରପ୍ତାନୀ ଉପରେ ଶୁଳ୍କ ତର୍କସଙ୍ଗତ କରିଛନ୍ତି । ଏହି କ୍ଷେତ୍ର ବର୍ତମାନ ୨.୫ ନିୟୁତ କୁ ଜିବୀକା ଯୋଗାଇଥିବା ବେଳେ ଆସନ୍ତା ୫ ବର୍ଷ ରେ ଆଉ ୨ ନିୟୁତ ନିଯୁକ୍ତି ଦେବାର କ୍ଷମତା ରଖିଛି ।” ବିଶ୍ୱର ଚମଡା ଉପାôଦନର ୧୩ ପ୍ରତିଶତ ଭାରତ ପୁରଣ କରିଥାଏ । ଚମଡା ଓ ଚମଡା ଉତ୍ପାଦ ଉଦ୍ୟୋଗ ଦେଶର ଜିଡିପି ୧ ପ୍ରତିଶତ ଯୋଗଦାନ ଦେଉଥିବା ବେଳେ ଜୋତା ଉଦ୍ୟୋଗ ୨ ପ୍ରତିଶତ ଯୋଗଦାନ ଦେଉଛି । ୨୦୨୦ ସୁଦ୍ଧା ଭାରତୀୟ ଚମଡା ଉଦ୍ୟୋଗ ର ରତ୍ପାନୀ ବର୍ତମାନର ୫.୮୫ ବିଲିଅନ ଆମେରିିକୀୟ ଡଲାର ରୁ ବୃଦ୍ଧି ପାଇ ୯ ବିଲିୟନ ଡଲାରରେ ପହଂଚିବାର ଆଶା ଅଛି । ଭାରତ ଜାପାନ, କୋରିଆ, ଆସେନ,ଚିଲି ଆଦି ଦେଶ ସହ ବ୍ୟବସାୟୀକ ବୁଝାମଣା କରିଛି ଏବଂ ୟୁରୋପିଆନ ୟୁନିୟନ ଏବଂ ଅଷ୍ଟ୍ରେଲିଆ ସହ ମୁକ୍ତ ବ୍ୟାପାର ବୁଝାମଣା (ଏଫଟିଏ) ପାଇଁ କଥାବାର୍ତା ଚଳାଇଛି । କୁଶଳ କାରିଗରୀଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ମଧ୍ୟରେ ମୁଲ୍ୟବୃଦ୍ଧି କରିବା ପାଇଁ ଚମଡା କ୍ଷେତ୍ରରେ କୌଶଳ ପରିଷଦ (ଏଲଏସଏସସି) ରାଷ୍ଟ୍ରୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନଏସକ୍ୟୁଏଫ) ଅନୁସାରେ ଆରପିଏଲ କାର୍ଯ୍ୟକ୍ରମ କୁ ସଫଳତା ପୁର୍ବକ ଲାଗୁ କରିଛନ୍ତି ।


