ଚମାଖଣ୍ଡି ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଚମାଖଣ୍ଡି ଛକ ସ୍ଥିତ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ରେ ଗୁରୁବାର ସ୍ୱାସ୍ଥ୍ୟ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ଏଥିରେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଥିଲେ , ଏହି ଅବସର ରେ ଯୋଗଦେଇଥିବା ଜନସାଧାରଣଙ୍କ ବିଭିନ୍ନ ପରୀକ୍ଷା କରାଯିବା ସହିତ ସ୍ୱାସ୍ଥ୍ୟ ଯାଞ୍ଚ ମଧ୍ୟ ହୋଇଥିଲା ଏବଂ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା, ଏହା ସହିତ ଶରୀର ସୁସ୍ଥ ରହିବା ନିମନ୍ତେ ଯୋଗ ଅଭ୍ୟାସ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଆୟୁଷ ଡାକ୍ତର ରାମାନୁଜ ପଟ୍ଟନାୟକ, ସୁପରଭାଇଜର କୃଷ୍ଣ ଚନ୍ଦ୍ର ଜେନା, ଏଏନଏମ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ କିରଣ ପଣ୍ଡା ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ