ଚମାଖଣ୍ଡି ଥାନାରେ ଶହିଦ୍ ଦିବସ ପାଳନ ହୋଇଯାଇଛି

ଛତ୍ରପୁର, (ଦେବଦତ୍ତ ମହାରଣା) : ଶନିବାର ଗଂଜାମ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ଥାନାରେ ପୋଲିସ ଶହିଦ୍ ଦିବସ ପାଳନ କରାଯାଇଛି । ଡ଼ି.ଏସ.ପି ସୁଜିତ ନାୟକ ଓ ଏସ. ଡ଼ି. ପିଓ ଗୌରହରି ସାହୁଙ୍କ ଉପସ୍ଥିତିରେ ଭାରପ୍ରାପ୍ତ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ନେତୃତ୍ୱରେ ଥାନାରେ ସହିଦ୍ ପୋଲିସ୍ମାଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ନୀରବ ପ୍ରାର୍ଥନା କରାଯାଥିଲା । ପରେ ନରେନ୍ଦ୍ରପୁର ଗ୍ରାମରେ ଥିବା ସହିଦ୍ ପୋଲିସ୍ କର୍ମଚାରୀ ରବିନ୍ଦ୍ର କୁମାର ବେହେରାଙ୍କ ଘରକୁ ଯାଇ ତାଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପ ଓ ଦୀପ ଦେଇ ନୀରବ ପ୍ରାର୍ଥନା କରିବା ସହ ସହିଦ୍ ଙ୍କ ପତ୍ନୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲା । ଥାନା ପକ୍ଷରୁ ଏସ୍. ଆଇ ମାନସୀ ସାହୁ, ଏ. ଏସ. ଆଇ ଅରୁଣ କୁମାର ରାଉତ, ଏ. ଏସ. ଆଇ ସୁଦୀପ ଦୁପଟ୍ଟା ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ