ଚମ୍ପଟ ମାରିଲା ବିଚାରାଧିନ କଏଦୀ

ନୟାଗଡ , (ଯୁଗାବ୍ଦ ନ୍ୟୁଜ) – ଖଣ୍ଡପଡ଼ା ଉପ କାରାଗାରରୁ ୨ୟ ଥର ଚମ୍ପଟ ମାରିଲା ବିଚାରାଧିନ କଏଦୀ ।ଫତେଗଡ ଥାନା ଅଂଚଳର ତପନ ରାଉତ ନାମକ ଜଣେ କଏଦି ନାବାଳିକା ଦୁଷ୍କର୍ମ ମାମଲରେ ବିଚାରାଧୀନ କଏଦୀ ଭାବେ ରହିଥିଲା । ତେବେ ଶନିବାର ନୟାଗଡ ଜ଼ିଲ୍ଲା ଦୌରା ଜଜ ଖଣ୍ଡପଡ଼ା ଉପ କାରାଗାର ଗ୍ରସ୍ତ କାର‌୍ୟ୍ୟକ୍ରମ ଥିବାବେଳେ ତାଙ୍କ ସ୍ୱାଗତ ପାଇଁ ସମସ୍ତେ ପ୍ରସ୍ତୁତ ଚଳାଇ ଥିଲେ । ଏହାର ସୁଯୋଗ ନେଇ ବିଚାରା ଧୀନ କଏଦୀ ତପନ ପଛ ପାଚେରୀ ଡେଇଁ ଚାଲି ଯିବାକୁ ସକ୍ଷମ ହୋଇଥିଲା । ତପନ ପୂର୍ବରୁ ମଧ୍ୟ ୨୦୧୬ ଜୁନ ମାସରେ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଗତ ମାସରେ ଗିରଫକରିଥିଲା। ପୁଣି ୨ୟ ଥର ତପନ ଜେଲରୁ ଖସି ଜିବାକୁ ସଖ୍ୟମ ହୋଇଛି। ଯାହାକୁ ନେଇ ଜେଲ ସୁରକ୍ଷା ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ଏଠି ପ୍ରଶ୍ନ ଉଠୁଛି ଜେଲରେ ଥାଇ ମଧ୍ୟ ଥରେ ପାଚେରୀ ଡେଇଁ ଚମ୍ପଟ ମାରିଥିବା ବିଚାର ଧୀନ କଏଦୀ କୁ କେଉଁଭଳି ଭାବେ ଜେଲରୁ ଫେରାର ହେଇ ପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ