ଚରକ ସଂହିତାରେ କରୋନା ଭୂତାଣୁ ପ୍ରସଙ୍ଗ !

ନୂଆଦିଲ୍ଲୀ: ପାଞ୍ଚ ହଜାର ବର୍ଷର ପୁରୁଣା ଆୟୁର୍ବେଦ ଶାସ୍ତ୍ରରେ ନଭେଲ କରୋନା ଭୂତାଣୁ ଭଳି ଏକ ଭୂତାଣୁର ପ୍ରସଙ୍ଗ ରହିଛି । ଏହା ଦାବି କରିଛନ୍ତି ଆୟୁଶକ୍ତି କମ୍ପାନୀ ସିଏମଡି ଡା.ସ୍ମିତା ନାରମ । ‘କୃମି’ ମାନେ ‘ସଂକ୍ରମଣ’ ଅଧ୍ୟାୟରେ ସେ ଏହି ରହସ୍ୟମୟ ସତ୍ୟର ସନ୍ଧାନ କରିଛନ୍ତି । ଯାହା ପୁରାପୁରି କରୋନା ଭୂତାଣୁ ସଂକ୍ରମଣ ସହିତ ସମାନ । ସେଇ ଭୂତାଣୁମାନେ ‘ମହାସୂକ୍ଷ୍ମ’ ହୋଇଥିବାରୁ ସେମାନଙ୍କୁ ଖାଲି ଆଖିରେ ଦେଖିହେବ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ସରଞ୍ଜାମ ଦରକାର । ‘ଶ୍ଲେଷ୍ମା କୃମି’ କୁହାଯାଉଥିବା ଏହି ଭୂତାଣୁ ମଣିଷର ଶ୍ୱସନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହି ଭୂତାଣୁ କଠିନ, ଗୋଲାକାର ଏବଂ ତାହା ଉପରେ ଖୁଣ୍ଟା ଖୁଣ୍ଟା ରହିଥାଏ । ଏହି ଭୂତାଣୁ ପ୍ରଭାବରେ ନାକ ଚୁଣ୍ଟି ହୋଇଯାଏ, ଅଣନିଃଶ୍ୱାସୀ ଲାଗେ ଏବଂ ରୋଗୀର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ଏହାର ପ୍ରତିଷେଧକ ପାଇଁ ତିନିଟି ଉପାୟ ରହିଛି-ନିଜକୁ ଏକାନ୍ତବାସରେ ରଖିବେ, ସେମାନଙ୍କୁ କିଛି ଖାଇବାକୁ ଦେବେ ନାହିଁ ନହେଲେ ସେମାନେ ସକ୍ରିୟ ହୋଇଯିବେ । ମାନେ କଫ ବୃଦ୍ଧିକାରୀ କିଛି ଖାଦ୍ୟ ଖାଇବେନି । ତାହା ଗହମ, ରୁଟି ଓ ଦୁଗଧ ଉତ୍ପାଦ । ସେହି ସଂହିତାରେ ଅଛି ଯେ କିଛି ଜଡ଼ିବୁଡ଼ି ପ୍ରୟୋଗରେ ଶ୍ୱସନଦ୍ୱାର ଗୁଡ଼ିକ ଖୋଲିଯାଏ । ଏକ ସହନ ଔଷଧ ବା ପଥି ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଯେଉଁଥିରେ ରହିଛି ଡାଳିମ୍ବ, ତୁଳସୀପତ୍ର, ଅଦା, ହଳଦୀର ମିଶ୍ରଣକୁ ଗରମପାଣିରେ ପକାଇ ଦୁଇ ତିନି ଥର ପିଇଲେ ଏହି ରୋଗ ଦୂରେଇ ଯାଏ । ଡାଳିମ୍ବ, କାଳିମେଘ, ଶୁଣ୍ଠି, ତୁଳସୀ, ଡାଲଚିନି ଆଦି ରୋଗ ପ୍ରତିରୋଧକଶକ୍ତି ବୃଦ୍ଧିର ସାଧନ ବୋଲି ତହିଁରେ ବତାଯାଇଛି । ଡାକ୍ତର ନାରମ ଆହୁରି କହିଛନ୍ତି ଯେ ମଣିଷ ଶରୀରରୁ ନିୟମିତ ବ୍ୟବଧାନରେ ବିଷହରଣ କରାଗଲେ ମଣିଷ ସୁସ୍ଥ ଓ ଦୀର୍ଘାୟୁ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ