ଚର୍ଚ୍ଚାରେ ୬୦ ଫୁଟର ପ୍ରାଚୀର ଚିତ୍ର

ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ୱର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍ ଏଜ୍ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ବିଶାଳ ପ୍ରାଚୀର ଚିତ୍ର ସାନ୍ ଫ୍ରାନ୍ସିସ୍କୋରେ ଦେଖିବାକୁ ମିଳିଛି । ଆର୍ଜେଣ୍ଟାଇନ୍ ଷ୍ଟ୍ରିଟ୍ ଆର୍ଟିଷ୍ଟ ଆନ୍ଦ୍ରେସ୍ ପେଟ୍ରେସେଲି(୩୨) ଏହି ପ୍ରାଚୀର ଚିତ୍ରକୁ ପ୍ରସ୍ତୁତ କରିଛନ୍ତି । ସ୍ଥାନୀୟ ଲୋକେ ପରିବେଶ ସଚେତନ ହେବା ଲାଗି ମଙ୍ଗଳବାର ଏହାକୁ ଏକ ବିଲ୍ଡିଂରେ ଲଗାଯାଇଛିୟ ଏନେଇ ଅନ୍ଦ୍ରେସ୍ ପେଟ୍ରେସେଲ କହିଛନ୍ତି, ରାଜନୀତି, ଧର୍ମ କିମ୍ବା କ୍ରୀଡ଼ା ସମ୍ପର୍କରେ ମୁଁ ଏଭଳି ପ୍ରାଚୀର ଚିତ୍ର କରିବାକୁ ପସନ୍ଦ କରେନି । କିନ୍ତୁ ମୋର ଏହି ପ୍ରାଚୀର ଚିତ୍ର ରାଜନୀତି ସହ ଯୋଡ଼ି ହେବାର ଆଶଙ୍କା ରହିଛି । ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ଗ୍ରେଟାଙ୍କ ପ୍ରାଚୀର ଚିତ୍ର ଏଠାରେ ଲଗାଯାଇଥିବା ସେ ମତ ଦେଇଛନ୍ତି । ଏହି ବାଟ ଦେଇ ଯିବାଆସିବା କରୁଥିବା ଲୋକ ଗ୍ରେଟାଙ୍କ ବିଶାଳ ପ୍ରାଚୀର ଚିତ୍ର ଦେଖି ସଚେତନ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି । ଗ୍ରେଟାଙ୍କ ବାର୍ତ୍ତା ପ୍ରଚାର କରିବା ଓ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ