ଭୟଙ୍କର ଜଙ୍ଗଲ

ବିଜ୍ଞାନ ଓ ବୈଷୟିକ ପ୍ରୟୋଗ କ୍ଷେତ୍ରରେ ମଣିଷ ଅନେକ ସଫଳତା ହାସଲ କରିଥିଲେ ହେଁ ଏବେ ବି ବିଶ୍ୱର କେତେକ ସ୍ଥାନ ରହସ୍ୟମୟ । ମଣିଷ ପାଇଁ ଅପହଞ୍ଚ ଏବଂ ଭୟଙ୍କର । ଏମିତି ଏକ ସ୍ଥାନ ହେଉଛି ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି । ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି । ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ସ୍ଥାନ ସମ୍ପର୍କରେ ।
ହୋୟା ବସୁ ଜଙ୍ଗଲକୁ ବିଶ୍ୱର ସବୁଠୁ ଭୟଙ୍କର ଜଙ୍ଗଲ ଭାବରେ ଗଣନା କରାଯାଏ । ଏଠାରେ ଘଟିଥିବା ଭୟଙ୍କର ଘଟଣା ଯୋଗୁ ଏହାକୁ ରୋମାନିୟା ବା ଟ୍ରାନ୍‌ସ୍ଲେଭାନିଆ ବରମୁଡା ଟ୍ରାଏଆଙ୍ଗେଲ୍ କୁହାଯାଏ । ଏହି ଜଙ୍ଗଲ ପ୍ରାୟ ୭୦୦ ଏକର ପରିମିତ ଜାଗାରେ ରହିଛି । କୁହାଯାଏ, ଏହି ଜଙ୍ଗଲକୁ ଯାଇଥିବା ହଜାର ହଜାର ଲୋକଙ୍କ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଉକ୍ତ ଜଙ୍ଗଲରେ ଥିବା ଗଛଗୁଡ଼ିକ ଦେଖିବାକୁ ମଧ୍ୟ ଭୟଙ୍କର । ଅଙ୍କାବଙ୍କା ହୋଇ ରହିଛି ଗଛଗୁଡ଼ିକ । ଯାହାକୁ ଦେଖିଲେ ଭୟ ଲାଗିବ । କିମ୍ବଦନ୍ତୀ ଅନୁସାରେ, ଏଠାକୁ ଯାଇଥିବା ଲୋକେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୨୦୦ ଗଧିଆ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୧୯୬୮ରେ ଏମିଲ୍ ବରନିଆ ନାମକ ଜଣେ ବ୍ୟକ୍ତି ଆକାଶରେ ଏକ ଅଲୌକିକ ଶରୀରକୁ ଦେଖିଥିଲେ । ଏଠାକୁ ଆସୁଥିବା କିଛି ପର୍ଯ୍ୟଟକ ମଧ୍ୟ ଏମିତି ଅନେକ ଅଲୌକିକ ଘଟଣା ଦେଖିଥିବା କୁହନ୍ତି । ଲୋକଙ୍କ କହିବା କଥା ଏହି ଜଙ୍ଗଲରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯାହା ଫଳରେ ଏମିତି ଘଟଣା ଘଟୁଛି । ସେହିପରି ଏଠାରେ ଅଜବ ସ୍ୱର ମଧ୍ୟ ଶୁଭିଥାଏ । କୁହାଯାଏ, ୧୮୭୦ ମସିହାରେ ଏହି ଜଙ୍ଗଲ ନିକଟରେ ଏକ ଗାଁ ରହିଥିଲା । ଏକ କୃଷକ ପରିବାରର ଝିଅଟିଏ ଜଙ୍ଗଲକୁ ବୁଲିବାକୁ ଯାଇଥିଲା । ଏହା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ୫ ବର୍ଷ ପରେ ଜଙ୍ଗଲ ମଧ୍ୟରୁ ଏହି ଝିଅଟି ଯେତେବେଳେ ଘରକୁ ଫେରିଥିଲା ସେତେବେଳେ ତା’ର ବ୍ୟବହାରରେ ଅଜବ ପରିବର୍ତ୍ତନ ଘଟିଥିଲା । ଏପରିକି ତା’ର ମୃତ୍ୟୁ ମଧ୍ୟ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ