ଚର୍ତୁଦଶତମ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ସ୍ୱର୍ଗତ ଗୁରୁଚରଣ ଦାସଙ୍କ ଚର୍ତୁଦଶତମ ଶ୍ରାଦ୍ଧ ବାର୍ଷିିକୀ ସମାରୋହ ରବିବାର କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଯୁବ ଅବସ୍ଥାରେ ସ୍ୱର୍ଗତ ଦାସ ଶିକ୍ଷକତାକୁ ନିଜର ବୃତ୍ତିଭାବେ ଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସରକାରୀ ଶିକ୍ଷକତା ଚାକିରୀକୁ ତ୍ୟାଗକରି ସାମ୍ବାଦିତାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ରାଜ୍ୟର ପ୍ରତିଷ୍ଠିତ ଖବରକାଗଜ ‘ସମାଜ’ ପାଇଁ ଦିର୍ଘଦିନ ଧରି କାର୍ଯ୍ୟ କରିବା ଅବସରରେ ସେ ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ । ସ୍ୱର୍ଗତ ଦାସ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । ଏହା ବ୍ୟତିତ ଭାରତୀୟ ଜନତା ପାର୍ଟିର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ସମଗ୍ର ରାଜ୍ୟରେ ଖୁବ ପରିଚିତ ଥିଲେ । ଏଥିରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଗୁରୁଚରଣ ବାବୁ ମହାକାଳପଡା ପାଇଁ ସାମ୍ବାଦିକ ଭାବରେ ଏକ ଉଦାହରଣ ସୃଷ୍ଟିକରି ଯାଇଛନ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଲେଖକ, ସ୍ତମ୍ବକାର ତଥା ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ ଅଧ୍ୟକ୍ଷ ଭୁବନାନନ୍ଦ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦାସ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରଧାରା ସହିତ ନିଜକୁ ଅଙ୍ଗାଙ୍ଗୀଭାବେ ଜଡିତ କରାଇବା ସହ ତାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରଧାରାରେ ଅନୁପ୍ରାଣିତ ହୋଇଥିଲେ । ଉକ୍ତ ଉତ୍ସବରେ ବିଜେପି ରାଜ୍ୟ ପ୍ରବକ୍ତା ତଥା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି ସର୍ଜ୍ଜନ ଶର୍ମା ଅନ୍ୟତମ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଗୁରୁଚରଣ ବାବୁଙ୍କ କର୍ମମୟ ଜୀବନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗୁରୁଚରଣ ଦାସ ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାର ସାମ୍ବାଦିତକା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣ ବ୍ୟକ୍ତି ବିଶେଷଙ୍କୁ ଗୁରୁଚରଣ ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ବିରଞ୍ଚିି ନାରାୟଣ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀମନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଟ୍ରଷ୍ଟି ଯଶୋବନ୍ତ ପାତ୍ର, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜନଗର ବିଜେପି ନେତା ଲଳିତ ବେହେରା, ବିଷ୍ଣୁ ଦାସ, ସୁନାକର ବେହେରା, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ସାମ୍ବାଦିକ ଅଶୋକ ସ୍ୱାଇଁ, ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ସଞ୍ଜୟ ରଥ, ଅଭିମନ୍ୟୁ ଗୋଛାୟତ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ, ପୂର୍ବତନ ସରପଂଚ କରୁଣାକର ସାହୁ, ଗଗନବିହାରୀ ସାହୁ, କରୁଣାକର ତ୍ରିପାଠୀ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିର୍ନୀ ନନ୍ଦ ପ୍ରମୁଖଙ୍କ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ