ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ବୁଧବାର ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ବିଶିଷ୍ଟ ଚଳଚିତ୍ର ଅଭିନେତା ସୂର୍ଗତ ବିଜୟ ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସିପିଏମ ନେତା ଉମେଶ ଚନ୍ଦ୍ର ସିଂ, ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ସମାଜସେବୀ ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲଖ ଚନ୍ଦ୍ର ପଢିହାରୀଙ୍କ ପ୍ରସ୍ତାବ କ୍ରମେ ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କବୟତ୍ରୀ ଅବନ୍ତୀ ବେହେରା, ଯୁବ ଆଇନଜିବୀ ଆଶିଷ ସେନାପତି, ସମାଜସେବୀ ରଣଧିର ଜେନା, ସିପିଏମ ନେତା ଗୟାଧର ଧଳ, ସାମ୍ବାଦିକ ସନ୍ତୋଷ କର, ସେକ ମାସୁକ, ସଙ୍ଗୀତ ନିର୍ଦେଶକ ସତ୍ୟପ୍ରୀୟ ଦାସ, ପ୍ରଶାନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତକାର ବିମଳ ପରିଡାଙ୍କ ଦ୍ୱାରା ସୂର୍ଗତ ମହାନ୍ତିଙ୍କ ଜୀବନୀ ଉପରେ ରଚିତ ସଙ୍ଗୀତକୁ ସତ୍ୟପ୍ରିୟ ଦାସ ସ୍ୱର ଦେଇ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ