ଚଳଚ୍ଚିତ୍ର ତାରକା ସବ୍ୟସାଚୀଙ୍କ ଦ୍ଵାରା ଶ୍ରୀଜଗନ୍ନାଥ ମାର୍ବଲ ଟାଇଲସ ଓ ସାନିଟାରୀ ସୋ ରୁମ ଉଦଘାଟିତ
ନିମାପଡ଼ା (ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ନବ ନିର୍ମିତ ଏକ ନୂତନ ମାର୍ବଲ ଟାଇଲସ ଓ ସାନିଟାରୀ ସୋ ରୁମ କୁ ଚଳଚିତ୍ର ଜଗତର ଜଣାଶୁଣା ଚକୋଲେଟ ହିରୋ ସବ୍ୟସାଚୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବ ରେ ଶ୍ରୀ ମିଶ୍ର ଙ୍କ ସହିତ ସୋସିଆଲ ମିଡ଼ିଆ ରେ କଳା ଷଣ୍ଢ ଭାବେ ପରିଚିତ ହାସ୍ୟ ଅଭିନେତା ସୁରେଶ କୁମାର ବେହେରା,ନିମାପଡା ପୋଲିସ ଉପଖଣ୍ଡ ଅଧିକ୍ଷକ ପ୍ରଭାତ କୁମାର ମଲ୍ଲିକ, ଚାରିଛକ ଥାନା ଅଧିକାରିଣୀ ମମତା ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ। ଅଭିନେତା ମାନେ ଗୀତ ଗାଇ, ନୃତ୍ୟ କରି ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ। ସୋ ରୁମ୍ ର ସତ୍ଵାଧିକାରୀ ପବିତ୍ର ବିଶ୍ଵାଳ ସମସ୍ତ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସୋ ରୁମ ରେ ସବୁ ପ୍ରକାରର ଅତ୍ୟାଧୁନିକ ମାର୍ବଲ, ଟାଇଲ, ସାନିଟାରୀ ଉପକରଣ, ଯନ୍ତ୍ରାଂଶ ସୁଲଭ ମୂଲ୍ୟରେ ମିଳୁଥିବାରୁ ଏହି ଅଞ୍ଚଳ ର ବ୍ୟକ୍ତିମାନେ ଆଉ କଟକ, ଭୁବନେଶ୍ୱର ନ ଯାଇ ଏଠାରେ ଘର ପାଖରେ ସବୁ ପାଇ ପାରିବେ ବୋଲି
ପ୍ରକାଶ କରିଥିଲେ। ଚଳଚିତ୍ର ଜଗତ ର ହିରୋ ସବ୍ୟସାଚୀ ଓ ହାସ୍ୟ ଅଭିନେତା ସୁରେଶ (କଳା ଷଣ୍ଢ) ଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।