ଚଳନ୍ତା ଗାଡିରୁ ଖସି ଯୁବକ ମୃତ

ଗୁଣପୁର,(ଯୁଗାବ୍ଦ ନ୍ୟୁଜ୍‌): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡିରୁ ଜଣେ ଯୁବକ ଖସିପଡି ମୃତ ହୋଇଛି । ମୃତକ ଜଣକ ପରିଚୟ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧିନ ବାଇଝଲ ଗ୍ରାମର ଇଶକ କାର୍ଜି (୩୫) ଳ ବୋଲି ଜଣାପଡିଛି ।ବାଇଝଲରୁ ଏକ ମ୍ୟାକ୍ସ ପିକ୍ ଅପ୍ ଗାଡି ଗୁଣପୁର ଆସୁଥିବା ବେଳେ ଗାଡିରୁ ଖସି ତଳେ ପଡିଯାଇଥିଲେ । ଏହା ପରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣପୁର ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ