ଚଳନ୍ତା ବସ୍ରୁ ଲୁଟ , ୩ ନାବାଳକ ଗିରଫ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନ ବ୍ଲକ୍ ଅଡବା ପୋଲିସ ଚଳନ୍ତା ବସ୍ରୁ ମୋବାଇଲ, ଲ୍ୟାପଟପ ଲୁଟ ଘଟଣାରେ ୩ଜଣ ନାବାଳକଙ୍କୁ ଗିରଫ କରିଛି । ସମସ୍ତ ଗିରଫ ଅଡବା ଥାନା ଅନ୍ତର୍ଗତ ପୁଞ୍ଜାସର୍ଗି ଗ୍ରାମର । ଗତ ଜୁଲାଇ ମାସରେ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରରୁ ରାୟଗଡା ଯିବାବେଳେ ଫୁଲଛାଞ୍ଚୁଣି ଘାଟିରେ କିଛି ଦୁର୍ବୁତ ବସ୍ ଉପରେ ଚଢି ଉକ୍ତ ମୋବାଇଲ ଏବଂ ଲ୍ୟାପଟପ ଚୋରି କରିଥିଲେ । ପୋଲିସ ନାବାଳକମାନଙ୍କୁ ଠାରୁ ୪ଗୋଟି ଲ୍ୟାପଟପ୍ ଏବଂ ୨୬ଗୋଟି ମୋବାଇଲ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକରଂଜନ ଜଗଦଲା କହିଛନ୍ତି ।


