ଚଳିତ ବର୍ଷ ଧୁମଧାମ ରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା

ଛତ୍ରପୁର(ଦେବଦତ୍ତ ମହାରଣା):ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ପୂଜା କମିଟି ପକ୍ଷରୁ ସୋମବାର ସନ୍ଧ୍ୟା ରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି, କର୍ମକାଣ୍ଡ ବିଶେଷଜ୍ଞ ତଥା ପଣ୍ଡିତ ସରୋଜ କୁମାର ଶତପଥିଙ୍କ ଦ୍ୱାରା ବିଭିନ୍ନ ପୂଜା ପାଠ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା , ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ଟିକିନା ଗୌଡ଼, ଅଭିରାମ ପ୍ରଧାନ, ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ,ରାଜେନ୍ଦ୍ର ପଲାଇ,ଜି. ମନୋଜ ରେଡ୍ଡୀ, ପ୍ରମୋଦ କୁମାର ସାହୁ,ସରକାରୀ ଓକିଲ ଡମିନାଥ ସାହୁ, ରବିନ୍ଦ୍ର କୁମାର ଜେନା, ନିରଞ୍ଜନ ରାଉଳ ଙ୍କ ସମେତ ପୂଜା କମିଟିର ସମସ୍ତ କର୍ମକର୍ତା ଏବଂ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଆସନ୍ତା ୨୭ ତାରିଖ ଦିନ ସନ୍ଧ୍ୟା ୦୫.୫୦ ମିନିଟ ସମୟରେ ଜଳଯାତ୍ରା ଓ ୦୭.୧୦ ମିନିଟ ସମୟରେ ଅଙ୍କୁରା ରୋପଣ, ୨୮ ତାରିଖ ଦିବା ୦୭ଘଣ୍ଟ ୩୦ମିନିଟ୍ ସମୟରେ କାର୍ଯ୍ୟାରମ୍ଭ ଓ ନଭେମ୍ବର ମାସ ୩ ତାରିଖ ଦିନ ୧.୧୫ ମିନିଟ୍ ସମୟରେ ପୂର୍ଣ୍ଣାହୁତି ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଏହି ପୂଜା ୭ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ମା ଗଜଲକ୍ଷ୍ମୀଙ୍କ ସକାଳ ଆରତୀ ସହିତ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ