ଚଳିତ ବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ

ମୁମ୍ବାଇ, (ଏଜେନ୍ସି): ଆସନ୍ତା ୧୦୦ ଦିନ ମଧ୍ୟରେ ୫ଜି ସ୍ପେକ୍ଟ୍ରମର ଟେଷ୍ଟିଂ ଆରମ୍ଭ କରିବାକୁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି । ଏହି ତଥ୍ୟ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଦାନ କରିଛନ୍ତି । ପଦ ସମ୍ଭାଳିବା ସଙ୍ଗେ ସଙ୍ଗେ ମନ୍ତ୍ରଣାଳୟ ପାଇଁ କାର‌୍ୟ୍ୟ ଯୋଜନା ଧାର‌୍ୟ୍ୟ କରି ପ୍ରସାଦ ଆଉ ଏକ ବଡ଼ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ୫ଜି ଓ ଅନ୍ୟ ବଡ଼ ବ୍ୟାଣ୍ଡ ପାଇଁ ସ୍ପେକ୍ଟ୍ରମ ଚଳିତ ବର୍ଷ ନିଲାମୀ କରାଯିବ । ସଙ୍କଟରେ ଘେରି ରହିଥିବା ରାଷ୍ଟ୍ରୟତ କ୍ଷେତ୍ରର ଦୂରସଂଚାର କମ୍ପାନୀ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ପୁନରୁଦ୍ଧାର ପ୍ରସଙ୍ଗକୁ ବିଶେଷ ଭାବେ ଗୁରୁତ୍ତ୍ୱ ଦିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ମନ୍ତ୍ରଣାଳୟ ପକ୍ଷରୁ ଚୀନ୍ର ଦୂରସଂଚାର କମ୍ପାନୀ ହୁୱାୱେକୁ ୫ଜି ପରିକ୍ଷଣରେ ସାମିଲ କରିବା ନେଇ ସେ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରିନାହାଁନ୍ତି । ପ୍ରକାଶ ଯେ ଗତ ମାସରେ ଟ୍ରମ୍ପ ପ୍ରଶାସନ ହୁୱାୱେ ଓ ଏହାର ସହଯୋଗୀ ୟୁନିଟ୍କୁ ବ୍ଲାକ୍ ଲିଷ୍ଟ କରିଥିଲା । ଦୂରସଂଚାର ଉପକରଣ ପ୍ରସ୍ତୁତକାରୀ ଚୀନୀ କମ୍ପାନୀକୁ ଆମେରିକା କମ୍ପାନୀଗୁଡ଼ିକ ଠାରୁ ଉପକରଣ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ପରବର୍ତ୍ତୀ ସମୟରେ ନିଜ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛି କଟକଣାରୁ ଚୀନ୍କୁ ରିହାତି ପ୍ରଦାନ କରାଯାଇଛି । ସୂଚନାନୁସାରେ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ୮,୬୪୪ ମୋଗାହଟ୍ ଦୂରସଂଚାର ଫ୍ରିକ୍ୱେନ୍ସିର ନିଲାମି ପାଇଁ ସୁପାରିଶ୍ କରିଛନ୍ତି । ଏଥିରେ ୫ଜି ସେବା ପାଇଁ ସ୍ପେକ୍ଟ୍ରମର ନିଲାମି ସାମିଲ ରହିଛି । ଏଥିପାଇଁ ଅନୁମାନିତ ସମୁଦାୟ ଆଧାର ମୂଲ୍ୟ ୪.୯ଲକ୍ଷ କୋଟି ଟଙ୍କା ରହିଛି । ତେବେ ଆର୍ଥିକ ଚାପ ମଧ୍ୟ ଦେଇ ଗତି କରୁଥିବା ଟେଲିକମ୍ ଇଣ୍ଡଷ୍ଟ୍ରୀ ଅନୁସାରେ ମୂଲ୍ୟ ଅଧିକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ