ଚଳିତ ବର୍ଷ ହେବାକୁ ଥିବା ଇକୋ ରିଟ୍ରିଟ ର ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ପର୍ଯ୍ୟଟନ ନିର୍ଦେଶକ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଚଳିତ ବର୍ଷ କୋଭିଡି କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ ଗତ ବର୍ଷ ଆରମ୍ଭ ହୋଇଥିବା ଏହି ମହୋତ୍ସବ ର ଅପୂର୍ଵ ସଫଳତା ପରେ ଏବର୍ଷ ପୁଣିଥରେ କୋଣାର୍କ ପୁରୀ ମେରାଇନ ଡ୍ରାଇଭ ର ସାହୁ ଖଣତା ଠାରେ ଆୟୋଜନ ହେବ ଇକୋ ରିଟ୍ରିଟ । ସେଥିପାଇଁ ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ସହିତ ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କୋଣାର୍କ ଗ୍ରସ୍ତ କରି ବେଳାମାର୍ଗ ପରିଦର୍ଶନ କରିବା ସହିତ ଏହାର ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କରିଥିଲେ ।ଚଳିତ ବର୍ଷ କୋଭିଡି ସଂକ୍ରମଣ କୁ ଦୃଷ୍ଟି ରେ ରଖି ପର୍ଯ୍ୟଟକ ଙ୍କ ସୁରକ୍ଷା ସହିତ କିଭଳି ଏହି ବେଳାମାର୍ଗ ମହୋତ୍ସବ ଆୟୋଜନ କରାଯିବ ସେଥିପାଇଁ ଜିଲ୍ଲାପାଳ ଓ ପର୍ଯ୍ୟଟନ ନିର୍ଦେଶକ ସ୍ଥାନୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଉଚ୍ଚ ଜୁଆର ଦ୍ଵାରା ସମୁଦ୍ର ରେ ବଡ଼ ବଡ଼ ଢେଉ ସୃଷ୍ଟି ହୋଇ ସମୁଦ୍ର ବେଳାମାର୍ଗ ଖାଉ ଥିବାରୁ କିଭଳି ଏହାକୁ ରୋକାଯାଇ ପାରିବ ସେଥିପାଇଁ ବନ ବିଭାଗ ସହିତ ଆଲୋଚନ କରି ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହା ସହିତ କୋଭିଡି ସଂକ୍ରମଣ କୁ ଦୃଷ୍ଟି ରେ ରଖି ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ମାସ୍କ ଓ ସାନିଟାଇଜର ର ବାଧ୍ୟତା ମୂଳକ କରା ଯିବା ସହ ଲକ ଡାଉନ ପରେ ଏହି ମହୋତ୍ସବ ଆୟୋଜନ ହେଉଥିବା ରୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ଟ୍ରାଫିକ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । କୋଭିଡି ସଂକ୍ରମଣ ଯୋଗୁଁ କୋଭିଡି ଗାଇଡଲାଇନ ମଧ୍ୟ ରେ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ସୀମିତ କରାଯିବ ବୋଲି ଜିଲ୍ଲାପାଳ ବଲ୍ଲବନ୍ତ ସିଂ ପ୍ରକାଶ କରିଛନ୍ତି ।