ଚଳିତ ବିଶ୍ୱକପ୍ରେ ସାମ୍ସଙ୍ଗର ଲାର୍ଜ ସ୍କ୍ରିନ୍ କ୍ୟୁଏଲ୍ଇଡି ୮କେ, କ୍ୟୁଏଲ୍ଇଡି ଓ ୟୁଏଚ୍ଡି ଟିଭିର ବିକ୍ରି ବୃଦ୍ଧି ପାଇଛି

ଭାରତୀୟ କ୍ରିକେଟ୍ ଫ୍ୟାନ୍ ମାନେ ତାଙ୍କର ଟିମ୍ଙ୍କର ଖେଳ ଦେଖିବା ପାଇଁ ଟିଭିକୁ ବଡ଼ସ୍କ୍ରିନକୁ ଅପ୍ଗ୍ରେଡ୍ କରୁଛନ୍ତି । ମେ ମାସରେ, ବିଶ୍ୱକପ୍ ପୂର୍ବରୁ ସାମସଙ୍ଗ ଇଣ୍ଡିଆର ୫୫ ଇଂଚ ଓ ତଦୁର୍ଦ୍ଧ ଟିଭିର ବିକ୍ରି ବୃଦ୍ଧି ପାଇଛି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି କମ୍ପାନୀର କ୍ୟୁଏଲ୍ଇଡି ଟିଭି ଲାଇନ୍ ଅପ୍ ଓ ଅଲଟ୍ରା ହାଇ ଡେଫିନିସନ ଟିଭି ଲାଇନ୍ ଅପ୍ ଯାହା ଗତ ବର୍ଷ ତୁଳନାରେ ୧୧୦% ବୃଦ୍ଧି ପାଇଛି । ସାମସଙ୍ଗର ମଧ୍ୟ ଅଲଟ୍ରା-ପ୍ରିମିୟମ ୭୫ ଇଂଚ ଓ ତଦୁର୍ଦ୍ଧ ଟିଭିର ବିକ୍ରି ସେହି ସମାନ ଅବଧିରେ ପାଂଚ ଗୁଣା ବୃଦ୍ଧି ପାଇଛି ଯାହାକି ସୂଚାଉଛି ଯେ ଗ୍ରାହକମାନେ ବିଶ୍ୱକପ୍କୁ ବଡ଼ସ୍କ୍ରିନରେ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଭାରତରେ ଗତ ୧୩ ବର୍ଷ ଧରି ସାମ୍ସଙ୍ଗ ମାର୍କେଟ୍ ଲିଡର ରହି ଆସିଛି । ପ୍ରିମିୟମ ଟିଭି ବିଭାଗ (୫୫ ଇଂଚ ଓ ତଦୁର୍ଦ୍ଧ) ରେ ମଧ୍ୟ ଏହାର ମାର୍କେଟ୍ ସେୟାର ୪୭% ରହିଛି ଯାହାକୁକି ଦିପାବଳୀ ସୁଦ୍ଧା ୫୫% ପର୍ଯ୍ୟନ୍ତ ନେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ନିକଟରେ ଶୁଭାରମ୍ଭ ହୋଇଥିବା ସାମସଙ୍ଗ କ୍ୟୁଏଲ୍ଇଡି ୮କେ ଟିଭିରେ ସାମସଙ୍ଗ ଅଲ୍ଟ୍ରା ପ୍ରିମିୟମ ଟିଭି (୭୦ ଇଂଚ ଓ ତଦୁର୍ଦ୍ଧ) ରେ ୭୦% ମାର୍କେଟ୍ ସେୟାର ଗ୍ରହଣ କରିବାର ଲକ୍ଷ୍ୟ ରଖିଛି ଯାହାରକି ପ୍ରଚଳିତ ମାର୍କେଟ୍ ସେୟାର ୫୩% ରହିଛି । ଗ୍ରାହକ ମାନେ ଆଜିକାଲି ତାଙ୍କର ଜୀବନଶୈଳୀରେ ଆହୁରି ଉନ୍ନତି ଆଣିବାକୁ ଚାହୁଁଛନ୍ତି । ୫୫ ଇଂଚ ଓ ଏହାର ତଦୁର୍ଦ୍ଧ ସେଗମେଂଟରେ ଏହାର ମାର୍କେଟ୍ ସେୟାର ୨୦% ରହିଥିବା ୨୦୧୯ ରେ ଜଣାଯାଇଛି ଯାହାକି ୨୦୧୭ ରେ ମାତ୍ର ୮% ରହିଥିଲା । ଜାନୁୟାରୀ – ମାର୍ଚ୍ଚ ୨୦୧୯ ତ୍ରୟ ମାସରେ ୫୫ ଇଂଚ ଓ ତଦୁର୍ଦ୍ଧ ସେଗ୍ମେଂଟରେ ଗତ ବର୍ଷ ତୁଳନାରେ ୫୫% ବୃଦ୍ଧି ପାଇଛି । ଚଳିତ ଅବଧିରେ ସାମସଙ୍ଗ ୫୫ ଇଂଚ ଓ ତଦୁର୍ଦ୍ଧ ଟିଭିରେ ୭୦% ବୃଦ୍ଧି କରିଛି । କ୍ରିକେଟ୍ ଆଗ୍ରହ ହେତୁ ଭାରତୀୟମାନେ ବଡ଼ସ୍କ୍ରିନକୁ ପସନ୍ଦ କରୁଛନ୍ତି କେବଳ ମେଟ୍ରୋ ସହରରେ ନୁହେଁ ବରଂ ଛୋଟ ସହରରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଇଛି । ସାମସଙ୍ଗର ଛୋଟ ସହରରେ ମଧ୍ୟ ଗ୍ରାହକ ସୃଷ୍ଟି ହୋଇଛନ୍ତି ଯଥା ବିଜୟୱାଡ଼ା, ବିଶାଖାପଟ୍ଟନମ, ହୁବ୍ଲି, ଯୋଧପୁର, ଆଗ୍ରା, ଜବଲପୁର, ନାଗପୁର, ରାୟପୁର, ଲୁଧିୟାନା, ଦେହରାଦୁନ, ଜଳନ୍ଧର, କୋଚିନ୍, କୋଏମ୍ବାଟୁର, ବରୋଦା, ରାଂଚି, ତିରୁପତି, ଆସାନସୋଲ, ମଦୁରାଇ ଓ କୋଲ୍ହାପୁର । ଏଠାରେ ବଡ଼ ଟିଭି ସ୍କ୍ରିନର ଚାହିଦା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ତେଣୁ ଏଥିରୁ ଏହା ପ୍ରମାଣିତ ହୋଇପାରିଛି ଯେ ସାମସଙ୍ଗର କ୍ୟୁଏଲ୍ଇଡି ଟିଭିର ଚାହିଦା ଏହି ସହର ମାନଙ୍କରେ ରହିଛି । ବଡ଼ ଓ ଲକ୍ଜୁରିୟସ୍ ସ୍କ୍ରିନର ଚାହିଦାକୁ ପୁରଣ କରିବା ପାଇଁ, ସାମସଙ୍ଗ ନିକଟରେ ଷୋହଳଟି ମଡେଲର ବ୍ୟାପକ ଲାଇନ୍ ଅପ୍ ଉପସ୍ଥାପନ କରିଛି ଯାହା ପ୍ରତି ଘର ଓ ଲାଇଫ୍ଷ୍ଟାଇଲର ଆବଶ୍ୟକତାକୁ ପୁରଣ କରିପାରିବ । ୨୦୧୯ କ୍ୟୁଏଲ୍ଇଡି ୮କେ ଲାଇନ୍ ଅପ୍ ଚାରିଟି ଆକାରରେ ଉପଲବ୍ଧ ଯଥା ୬୫ ଇଂଚ (୧୬୩ସେମି), ୭୫ଇଂଚ (୧୮୯ସେମି), ୮୨ଇଂଚ (୨୦୭ସେମି) ଓ ୯୮ଇଂଚ (୨୪୭ସେମି) । ୨୦୧୯ କ୍ୟୁଏଲ୍ଇଡିଲାଇନ୍ ଅପ୍ ବାରଟି ଟେଲିଭିଜନ୍ ପ୍ରଦାନ କରୁଛି ଯାହାକି ୪୩ଇଂଚ (୧୦୮ ସେମି) ରୁ ଆରମ୍ଭ କରି ୮୨ ଇଂଚ (୨୦୭ସେମି) ପର୍ଯ୍ୟନ୍ତ ଚାରିଟି ସିରିଜ୍ ମଧ୍ୟରେ ଉପଲବ୍ଧ ରହିଛି ।୬୫-ଇଂଚ (୧୬୩ ସେମି) କ୍ୟୁଏଲ୍ଇଡି ୮କେ ଟିଭି ଜୁଲାଇ ମାସରେ ଉପଲବ୍ଧ ହେବ ।
ସାମସଙ୍ଗର ଅଫର :
ସାମସଙ୍ଗର କ୍ୟୁଏଲ୍ଇଡି ୮କେ ଅଲ୍ଟ୍ରା ପ୍ରିମିୟମ ଟିଭି ଓ ହୋମ୍ ଏଂଟରଟେନ୍ମେଂଟ ପାଇଁ ନୂତନ ଭିତିଭୂମି ସୃଷ୍ଟି କରିଛି ଯାହାକି ସୁନ୍ଦର ଡିଜାଇନ୍ ପ୍ରଦାନ କରିଥାଏ । ଏହା ୮କେ ଏଆଇ ଅପ୍ସ୍କେଲିଂ ଟେକ୍ନୋଲୋଜି ଜରିଆରେ ଆଡ୍ଭାନ୍ସଡ ପିକ୍ଚର କ୍ୱାଲିଟିକୁ ସପୋର୍ଟ କରିଥାଏ । ଏହି ଡିଜାଇନ୍ ମାଧ୍ୟମରେ ଗ୍ରାହକମାନେ ଟିଭି ଦେଖିବାର ଏକ ନୂତନ ଅନୁଭୂତି ଲାଭ କରିପାରିବେ । କ୍ରିକେଟ୍ ଋତୁ ଚାଲିଥିବା ହେତୁ, ସାମ୍ସଙ୍ଗ ମଧ୍ୟ ଅତୁଳନୀୟ ଗ୍ରାହକ ଅଫର କ୍ୟୁଏଲ୍ଇଡିଟିଭିରେ ପ୍ରଦାନ କରୁଛି । ଚଳିତ ବିଶ୍ୱକପ୍ରେ, ଗ୍ରାହକମାନେ ସାମସଙ୍ଗ ଟିଭିରେ ଅନେକ ଗୁଡ଼ିଏ ଅଫର ପାଇପାରିବେ ଯଥା ପ୍ରିମିୟମ କ୍ୟୁଏଲଇଡି ଟିଭି ରେଞ୍ଜରେ ଆମାଜନ୍ ଇକୋ ପ୍ଲସ୍ ଓ ୪କେ ୟୁଏଚଡି ଟିଭି ରେଞ୍ଜ ସହିତ ଆମାଜନ୍ ଇକୋ ଡଟ୍ ଓ ଏହା ସହିତ ରହିଛି ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ଅର୍ଥାତ୍ ଜିରୋ ଡାଉନ୍ ପେମେଂଟ । କ୍ୟୁଏଲ୍ଇଡି ଟିଭିରେ ୧୦ ବର୍ଷ ନୋସ୍କ୍ରିନ୍ ବର୍ଣ୍ଣ ୱାରେଂଟି ଓ ପାନେଲ୍ ଉପରେ ଦୁଇ-ବର୍ଷର ୱାରେଂଟି । ଏହା ସହିତ୧୫% କ୍ୟାସବ୍ୟାକର ମଧ୍ୟ ସୁବିଧା ଉପଲବ୍ଧ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ