ଚାଇଁପୁର ସେବା ସମବାୟ ସମିତିରେ ବିଜେଡ଼ି ସମର୍ଥୀତ ପ୍ରାର୍ଥୀଙ୍କ ବାଜିମାତ୍
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତି ନିର୍ବାଚନରେ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ମାନେ ବାଜିମାତ୍ କରିଛନ୍ତି । ଉକ୍ତ ସମିତିରେ ୧୦ ଜୋନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧ନଂ.ଜୋନ୍ରେ ଗୈାରାଙ୍ଗ ବେହେରା, ୨ନଂ ଜୋନ୍ରେ ଅଜୟ ନାୟକ, ୩ନଂରେ ହିମାଂଶୁ ନାୟକ, ୪ନଂରେ କୌଶିକ ଯେନା, ୫ନଂରେ ସଂଜୟ ଚଣ୍ଡରାଏ, ୮ନଂରେ ବିଜେପି ସମର୍ôଥତ ପ୍ରାର୍ôଥ ଲକ୍ଷ୍ମୀଧର ବେହେରା, ୯ନଂରେ ଇନ୍ଦ୍ରମଣୀ ସେଠୀ, ୧୩ନଂରେ ସନ୍ତୋଷ କୁମାର ସେଠୀ, ୬ନଂରେ କୈାଶଲ୍ୟା ପାଣି, ୧୦ନଂରେ ମଦନ ମୋହନ ପାଢ଼ୀ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ୫ ଜୋନ୍ର ପ୍ରାର୍ଥୀ ମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଅଧ୍ୟାପକ ଡ଼ଃ. ସୁଧାଂଶୁୁ ଶେଖର ନାୟକଙ୍କ ତତ୍ତ୍ୱାବଧାନ ତଥା ପୂର୍ବତନ ସମିତି ସଭାପତି ଚିନ୍ତାମଣି ମିଶ୍ର, ସମିତି ସଦସ୍ୟ ଲକ୍ଷ୍ମୀଧର କର, ଯୁବନେତା ସଂଜିତ୍ କୁମାର ପଣ୍ଡାଙ୍କ ପରିଚାଳନା ଓ କର୍ମୀମାନଙ୍କ ସହଯୋଗରେ ଏହି ନିର୍ବାଚନ ପରିଚାଳନା ହୋଇଥିଲା ।