ଚାଇନା ସାମଗ୍ରୀ ନ ବିକିବା ପାଇଁ ଉଠାଦୋକାନୀଙ୍କ ଶପଥ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନାର ଗଡ୍ ଫାଦର୍ ଚୀନ୍ ସାରା ବିଶ୍ୱକୁଛଟପଟ କରୁଥିବା ବେଳେ ଏହାରି ଭିତରେ ଚୀନ୍ର ରାକ୍ଷସପଣ ବାହାରକୁ ଆସିଛି । ଗତ କିଛିଦିନ ତଳେ ଭାରତର ଚୀନ୍ ସୀମାନ୍ତର ଗଲନାରଠାରେ ଭାରତର ୨୦ ଜଣ ଜବାନଙ୍କୁ ପଥର ଓ ରଡ଼ରେ ବାଡ଼େଇ ବାଡ଼େଇ ମାରିଦେବା ଘଟଣା ସାରା ଦେଶ ଓ ବିଶ୍ୱକୁ ଚକିତ କରିଦେଇଛି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ବିକ୍ରି ହେଉଥିବା ଚୀନ୍ ସାମଗ୍ରୀ ନ ବିକିବା ପାଇଁ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍ ସୁରକ୍ଷା ଟ୍ରଷ୍ଟ ତରଫରୁ ଆଜି ୟୁନିଟ୍ – ୨ ବଜରଙ୍ଗ ଭେଣ୍ଡିଂ ଜୋନ୍ଠାରେ ଦୋକାନୀମାନେ ଶପଥ ନେବା ସହ ଚୀନ୍ର ରାଷ୍ଟ୍ରପତି ଗିମ୍ ପିଙ୍ଗ୍ଙ୍କର କୁଶପୁତ୍ତଳିକା ଦାହ କରିଥିଲେ । “ଚୀନ୍ ସାମଗ୍ରୀ ବିକିବୁ ନାହିଁ, ଚୀନ୍ ରାଷ୍ଟ୍ରପତି ମୁର୍ଦ୍ଦାବାଦ୍, ଚୀନ୍କୁ ଉଚିତ୍ ଜବାବ ଦେବୁ” ଭଳି ସ୍ଲୋଗାନ୍ମାନ ଦେଇ ରାଜମହଲ, ୟୁନିଟ୍-୨, ପୁରୁଣା ବସ୍ଷ୍ଟାଣ୍ଡ୍ ଏରିଆ ପରିଭ୍ରମଣ କରି ସଚେତନ କରାଇଥିଲେ । ଏହି କାର୍ଯ୍ୟକୁ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ବେଳେ ସମ୍ପାଦକ ଅନୁଜ ପ୍ରଧାନ, ଉପସଭାପତି ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, କୟୁମ୍ ଖାଁ, ବିପିନ ବିହାରି ଜେନା, ସୁଦର୍ଶନ ପୃଷ୍ଟି, ଦୀପାଞ୍ଜଳି ସାହୁ, ମନୋଜ ସାହୁ, ଭରତ ସାହୁ, କୈଳାସ ପାତ୍ର, ଗିରିଧାରୀ ପଣ୍ଡା, ବିଶ୍ୱଜିତ୍ ମନ୍ତ୍ରୀ, ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆଗକୁ ଚୀନ୍ ବିରୋଧରେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।