ଚାକିରିରୁ ଛଟେଇ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତିବାଦ
ନବରଙ୍ଗପୁର,(ୱାଇଏନଏସ):ଚାକିରୀ ଦେଲେ ପୁଣି ଏକ ବର୍ଷ ପରେ ବାହାର କରିଦେଲେ ଯାହାକୁ ନେଇ ମାନସିକ ଅଶାନ୍ତି ରେ ସ୍ୱାସ୍ଥ୍ୟ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ନିୟୋଜିତ ହୋଇଥିବା 37 ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ସରକାର ଦରମା ବାବଦକୁ ଟଙ୍କା ଦେଉନଥିବା କହି ଛଟେଇ କରାଯାଇଛି। ଆବଶ୍ୟକ ଯୋଗ୍ୟତା ହାସଲ କରି ଦୀର୍ଘଦିନ ଦିନ ବେକାର ହୋଇ ରହିବା ପରେ ଯୋଗ୍ୟତା ଭିତ୍ତିରେ ଏଲ ଆଣ୍ଡ ଟି କମ୍ପାନୀ ଅଧିନ ରେ ସ୍ୱଳ୍ପ ବେତନ ଭୋଗୀ ଭାବେ ଚାକିରୀ ପାଇଥିଲେ । କିନ୍ତୁ ଚାକିରୀ କରିବାର ଦୁଇ ବର୍ଷ ପରେ ହଠାତ ୩୭ ଜଣ ଙ୍କୁ ଚାକିରୀ ରୁ ଛଟେଇ କରାଯାଇଥିବା ନେଇ ଅର୍ଡର ଧରାଇ ଦିଆଯାଇଥିଲା । ଛଟେଇ ହୋଇଥିବା କର୍ମଚାରୀ ଙ୍କ ଅଭିଯୋଗ ଅନୁସାରେ ଗତ ୨୦୨୪ ଫେବୃୟାରୀ ମାସ ରୁ ଏଲ ଆଣ୍ଡ କେ କମ୍ପାନୀ ଦ୍ୱାରା ଜିଲ୍ଲାର ବିଭିନ୍ନ ମେଡ଼ିକାଲ ରେ ରହି ସେବା ଯୋଗାଇ ଦେଇଆସୁଥିଲେ। ଗୋଟିଏ ବର୍ଷ କାମ କରିବା ମଧ୍ୟରେ ଅଧିକାଂଶ କର୍ମଚାରୀଙ୍କୁ ୨-୩ ମାସର ଦରମା ମିଳି ନାହିଁ । କିନ୍ତୁ ହଠାତ ଗତ ଜାନୁୟାରୀ ୩୧ ତାରିଖରେ ତାଙ୍କୁ କାର୍ଯ୍ୟ ରୁ ଛଟେଇ କରାଯାଇଥିବା ନେଇ ଚିଠି କରିଛନ୍ତି । ୩୭ ଜଣ ଆଉଟସୋର୍ସ କର୍ମଚାରୀଙ୍କୁ ଚାକରିରୁ
ଛଟେଇ କରାଯାଇଛି। ଛଟେଇ କର୍ମଚାରୀଙ୍କ ମଧ୍ୟରେ ୬ ଫାର୍ମାସିଷ୍ଟ, ୨ ଲାବ୍ ଟେକ୍ନି ସି ଆନ୍ ଓ ୨୯ ନସିଂ ଅଫିସର ରହିଛନ୍ତି । ଅନ୍ୟ ସଂସ୍କାର କର୍ମଚାରୀଙ୍କୁ ଛଟେଇ କରାଯାଇ ନଥିବା ବେଳେ ସେମାନଙ୍କୁ କାହିଁ କି ଛଟେଇ କରାଯାଇଛି ବୋଲି କହିଛନ୍ତି । ଏବଂ ଆସନ୍ତା ସାତ ଦିନ ମଧ୍ୟରେ ପୁନଃ ନିଯୁକ୍ତି ଦାବି ନେଇ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ନିକଟରେ ଦାବି କରିଛନ୍ତି ।ଏନେଇ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଙ୍କୁ ପଚାରିବାରୁ ଏ ସମ୍ପର୍କରେ ବିଭାଗ ସହ ଆଲୋଚନା କରି କିଭଳି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ତାର ରାସ୍ତା ବାହାର କରାଯିବ ବୋଲି କହିଛନ୍ତି । ତେବେ ସ୍ବାସ୍ଥ୍ୟକର୍ମୀ ମାନେ ଆସନ୍ତା 7 ଦିନ ମଧ୍ୟରେ ସେମାନଙ୍କୁ ପୁନର୍ବାର ଚାକିରୀ ଦିଆ ନଯାଏ ତାହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।


