ଚାକିରି ସ୍ଥାୟୀତ୍ୱ କହି ଆଉଟସୋର୍ସିଂ ସଂସ୍ଥା ଲୁଟିଲା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ କୋଭିଡ-୧୯ ମୁକାବିଲା ପାଇଁ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ପକ୍ଷରୁ ନିଯୁକ୍ତି ଦିଆଯାଇଛି କ୍ଷ ଏହି ଚାକିରି ଏକ ପ୍ରକାର ସମୟ ସାପେକ୍ଷ ହୋଇଥିଲେ ହେଁ, ନିଯୁକ୍ତି ଦେଇଥିବା ସଂସ୍ଥା ଏହା ସ୍ଥାୟୀ ହେବ କହି ଅର୍ଥ ଲୁଟିଛି କ୍ଷ ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ନେଇଛି କ୍ଷ ସଂସ୍ଥାର ଜଣେ କର୍ମଚାରୀ ଏପରି କରିଥିବା କେତେଜଣ ନିଯୁକ୍ତିଧାରୀ କହିଛନ୍ତି। ସେମାନେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ସଂସ୍ଥାର ନୟାଗଡ଼ର ଜଣେ କ୍ଲିନିକାଲ ସୁପରଭାଇଜର ଏପରି କରିଥିବା ଏବେ ଚର୍ଚ୍ଚାର ପରିସରକୁ ଆସିଛି କ୍ଷ କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଅସ୍ଥାୟୀ ନିଯୁକ୍ତିରେ ଏଭଳି କାରନାମା କରାଯାଇଥିବାରୁ ନିଯୁକ୍ତିଧାରୀଙ୍କ କ୍ଷେତ୍ରରେ ଅସନ୍ତୋଷ ପ୍ରକାଶ ପାଇଛି କ୍ଷ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ସମ୍ପୃକ୍ତ ଆଉଟ ସୋର୍ସିଂସଂସ୍ଥା ନିଯୁକ୍ତି ଦେଇଛି କ୍ଷ ଏହା କିଛି ମାସ ପାଇଁ ହୋଇଥିବା ବେଳେ ଚାକିରି କରିବା ପାଇଁ ଆବେଦନ କରିଥିବା ତାଲିମଧାରୀଙ୍କୁ ସଂସ୍ଥାର ସମ୍ପୃକ୍ତ କ୍ଲିନିକାଲ ସୁପରଭାଇଜର ବିଭିନ୍ନ ପ୍ରଲୋଭନ ଦେଖାଇ ଅର୍ଥ ନେଇଛନ୍ତି। ଆଶାୟୀ ଥିବା କର୍ମଚାରୀ ଚାକିରି ଆଶାରେ ମାନସିକ ଭାବେ ପ୍ରଭାବିତ ହୋଇ ଏହାଦେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। ଏହି ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ କ୍ଲିନିକାଲ ସୁପର ଭାଇଜରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଯେଉଁଠି ଚାକିରିରେ କର୍ମଚାରୀଙ୍କ ଭବିଷ୍ୟତ ନାହିଁ ଏବଂ କୋଭିଡ-୧୯ ମୁକାବିଲାରେ ନିୟୋଜିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରିବେ, ସେଠାରେ ଏଭଳି କରାଯିବା କେତେଦୂର ସମୀଚନ ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି।


