ଅଳସୁ ଗ୍ରାମ ରେ ଅଗ୍ନିକାଣ୍ଡ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମ ର ଖଇରଝୋଳl ରେ ଅପରାହ୍ନ ୪ ଟାରେ ଦେଖିବାକୁ ମିଳିଥିଲା ଭାୟାଭୟ ଅଗ୍ନିକାଣ୍ଡ l ଆଖି ପିଛୁଳାକେ ଘର କୁ ଘର ଡେଈଁ ଚାଲିଥିଲା ନିଆଁ l ଦମକଳ ବାହିନୀ ପହଂଚିଲା ବେଳକୁ ସବୁ ୧୨ ଟି ଘର ୧୪ ଟି ବଖରା ସମେତ ଆସବସପତ୍ର ପୋଡି ପାଉଁଶ । କ୍ଷୟକ୍ଷତିର ମୂଲ୍ୟ ଲଖ୍ୟଧିକ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି । ପ୍ରକାଶ ଯେ ଆଜି ଅପରାହ୍ନ ୪ ଟା ସମୟରେ ରୋଷଇ ଶାଳ ରୁ ଚାଳ ଛପରେ ନିଆ ଲାଗିବାର ଦୃଶ୍ୟ ସାହି ଲୋକ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବିଭାଗ ଙ୍କୁ ଖବର ଦେଇ ଯୁବକ ଭାଇ ମନେ ନିଆଁ କୁ ଲିଭାଇ ବାରେ ଚେଷ୍ଟା କରି ଥିଲେ ଖବର ପାଇ ଜଗନ୍ନାଥ ପ୍ରସାଦ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇ ଥିଲେ । ଏ ସଂପର୍କରେ ଖବର ପାଇ ସ୍ଥାନୀୟ ଅଡିସନାଲ ତହସିଲଦlର ବାରିଆଲ ମୁର୍ମୁ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତିରେ ଆକଳନ କରି ଫେରି ଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ହୃଷିକେଶ ନାୟକ ସମସ୍ତ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଥିବା ଜଣାଯାଇଛି କ୍ଷତିଗ୍ରସ୍ତ ପରିବାରକୁ ସରାକରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ