ଚାଟାର୍ଡ଼ ଆକାଉଣ୍ଟାଣ୍ଟ ସନ୍ତୋଷ କରଙ୍କ ବିୟୋଗରେ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଉଦୀୟମାନ ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ସନ୍ତୋଷ କୁମାର କରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ ପକ୍ଷରୁ ସ୍ୱର୍ଗତଃ କରଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ସ୍ଥାନୀୟ ଉଦ୍ୟୋଗ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ବହୁ ସଦସ୍ୟ ଏଥିରେ ଯୋଗଦେଇ ସ୍ୱର୍ଗତ କରଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଙ୍ଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗତ ୧୯ ତାରିଖ ରାତି ପ୍ରାୟ ୧୦.୫୨ମିନିଟ ସମୟରେ କୋଲକାତାର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ୪ ତାରିଖରେ ତାଙ୍କର ହାର୍ଟ ବାଇପାସ ସର୍ଜରୀ କରାଯାଇଥିଲା । ଅପରେସନ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷ ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ବର୍ଷ ବୟସ ହୋଇଥିଲା । ଜଣେ ଭଦ୍ର, ଅମାୟିକ ଓ କର୍ମନୈପୁଣ୍ୟ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ