ଚାଟୁଳା ଦଳକୁ ୭୬ ରନରେ ହରାଇ ଆସିକା ଦଳ ବିଜୟୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ଶୁକ୍ରବାର ବାବା ପାତାଳେଶ୍ୱର କ୍ରିକେଟ କ୍ଳବ, ଚାଟୁଳା ଓ ପାନାସୋନିକ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଜବାବରେ ବିପକ୍ଷ ଚାଟୁଳା ଦଳ ୧୫.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୧ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଆସିକା ଦଳ ୭୬ ରନରେ ବିଜୟ ଲାଭ କରିଥିଲା । ବିଜୟୀ ଦଳ ପକ୍ଷରୁ ମନୋଜ ସର୍ବାଧିକ ୬୧ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ଅଧ୍ୟାପକ ପଞ୍ଚାନନ ଦାଶ ଅତିଥି ଭାବେ ଯୋଗଦେଇ ମନୋଜଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ସୁମନ ଓ ସାଗର ବେହେରା ପାଢି ମ୍ୟାଚ ପରିଚାଳନା କରିଥିଲେ । ରଜତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ କାହ୍ନା ସାବତ ସ୍କୋରର ଥିଲେ । ପ୍ରଶାନ୍ତ ପ୍ରଧାନ, ତ୍ରିନାଥ ସାହୁ, ସୁକାନ୍ତ ପାତ୍ର, ସୁନିଲ ପାଠି, ଟିକୁ ମହାରଣା, ସଚିନ ସେଠି, ସୁରଜ ସୁବୁଦ୍ଧି, ଆଦିତ୍ୟ, ବାବୁଲି, ଲକି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଟୁର୍ଣ୍ଣାରମେଣ୍ଟର ୪ର୍ଥ ଲିଗ ମ୍ୟାଚ ଶନିବାର ନନ୍ଦଳା ଏକାଦଶ କ୍ରିକେଟ କ୍ଳବ, ନନ୍ଦଳା ଓ ୧୫ ଅଗଷ୍ଟ ଏକାଦଶ କ୍ରିକେଟ କ୍ଳବ, ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ