ଚାନ୍ଦପୁରା ଗୋପିନାଥ ଜୀଉ ପୀଠରେ ଦୋଳ ମେଳଣ

ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବାଂଶ ପଂଚାୟତ ଅନ୍ତର୍ଗତ ଚାନ୍ଦପୁରା ଗ୍ରାମର ସର୍ବପୁରାତନ ଗୋପିନାଥ ଜୀଉଙ୍କ ପୀଠରେ ମଙ୍ଗଳବାର ଦୋଳ ମେଳଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମେଳଣ ଗୋପିନାଥ ଜୀଉ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ହୋଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ସାଂସ୍କୃତିକ ଜାଗରଣ ସୃଷ୍ଟି କରିଥିଲା । ଏହି ମେଳଣରେ ୧୪ଟି ଦୋଳ ବିମାନ ଆସ୍ଥାନ ବିଜେ କରିଥିଲେ । ଏଥିରେ ଥାନପତି ଭାବେ ଚାନ୍ଦପୁରାର ଦୋଳ ବିମାନକୁ ଛାଡିଲେ ବିଭିନ୍ନ ଅଂଚଳରୁ ସୁସଜ୍ଜିତ ୧୩ ଗୋଟି ଦୋଳ ବିମାନ ଶୋଭାଯାତ୍ରା ଆସି ମେଳଣ ସ୍ଥଳରେ ପହଁଚି ଆସ୍ଥାନରେ ବିଜେ କରିଥିଲେ । ଏହାପରେ ପୂଜାର୍ଚ୍ଚନା ସହିତ ଭଜନ କୀର୍ତନ ଆଦି କାର୍ଯ୍ୟକ୍ରମମାନ କରାଯାଇଥିଲା । ଦୋଳ ମେଳନ ଦେଖିବା ନିମନ୍ତେ ବିଭିନ୍ନ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ । ଏହି ମେଳଣ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ