ରସାୟନ ବିଜ୍ଞାନରେ ୫ ଓ ଧନ୍ଦାମୂଳକ ଶିକ୍ଷାରେ ଜଣେ ମାଲ ପ୍ରାକ୍ଟିସ

ବ୍ରହ୍ମପୁର (:ଯୁଗାବ୍ଦ ନ୍ୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଞ୍ଚାଳିତ ଯୁକ୍ତ ଦୁଇ ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ, ବାଣିଜ୍ୟ ସ୍ରୋତର ବି.ଏମ.ଏସ. (ବିଜିନେସ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ) ଓ ଧନ୍ଦାମୂଳକ ଶିକ୍ଷାର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ମଙ୍ଗଳବାର ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି କ୍ଷ ଆଜି ବିଭିନ୍ନ କେନ୍ଦ୍ର ପରିଦର୍ଶନ ସମୟରେ ଜୋନାଲ, ଡି.ଏଲ.ସି. ଓ ଇଂଟରନାଲ ସ୍କ୍ୱାଡ ଦ୍ୱାରା ୬ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି କ୍ଷ ଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ରସାୟନ ବିଜ୍ଞାନରେ କପି କରି ଜୋନାଲ ସ୍କ୍ୱାଡ ଦ୍ୱାରା ଧରା ପଡ଼ିଥିବା ବେଳେ ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର୍ଥୀ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ)ରେ କପି କରି ଇଂଟରନାଲ ସ୍କ୍ୱାଡ ହାତରେ ଧରା ପଡ଼ିଛନ୍ତି କ୍ଷ ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଡି.ଏଲ.ସି. ସ୍ତରୀୟ ସ୍କ୍ୱାଡ ଦ୍ୱାରା ଧରା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ରାୟଗଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ଡି.ଏଲ.ସି. ସ୍ତରୀୟ ସ୍କ୍ୱାଡ ହାତରେ ଧରା ପଡ଼ିଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ