ଚାନ୍ଦମାରି ପଡ଼ିଆରେ ଆଧ୍ୟାମିôକ ପରିବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟାସ୍ଥିତ ଗୋଶାଳାର ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଚାନ୍ଦମାରି ପଡ଼ିଆର ଶ୍ରୀ ବିଶ୍ୱେଶ୍ୱର ମନ୍ଦିରକୁ ଶ୍ରୀଜୀଉମାନେ ପବିତ୍ର ରଥଯାତ୍ରା ଅବସରରେ ବିଜେ କରିଛନ୍ତି । ରଥ ବିଶ୍ୱେଶ୍ୱରଙ୍କ ମନ୍ଦିର ନିକଟରେ ପହଞ୍ôଚବାପରେ ବ୍ୟାସକବି ନଗରର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦାମାନେ ଆନନ୍ଦ ଉଲ୍ଲାସର ସହିତ ଘଣ୍ଟାଘଣ୍ଟା ଶଙ୍ଖ ହୁଳହୁଳି ନାଦରେ ‘ଜୟ ଜଗନ୍ନାଥ’ ଧ୍ୱନିଦେଇ ପ୍ରଭୁଙ୍କୁ ସ୍ୱାଗତ କରିଥିଲେ । ନଅଦିନ ପର୍ଯ୍ୟନ୍ତ ତ୍ରିମୂର୍ତ୍ତି ମାଉସୀ ମା’ଙ୍କ ଘରେ ଜନ୍ମମଣ୍ଡପରେ ଅବସ୍ଥାନ କରିବେ । ଚଳିତବର୍ଷ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିର ପରିସରରେ ‘ମାଉସୀ ମା’ ମନ୍ଦିରକୁ ଶ୍ରୀ ଜଗନ୍ନାଥ ବିଜେ କରିଛନ୍ତି । ଏଠାରେ ନବଦିନବ୍ୟାପୀ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଏକ ଆଧ୍ୟାମିôକ ଭାବ ପରିଲକ୍ଷିତ ହୋଇଛି । ଆସନ୍ତା ୧୫ ତାରିଖ ସୋମବାର ଦିନ ଅପରାହ୍ନରେ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବେ । ଏହି ନବଦିନ ନୀତିକାନ୍ତିରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ପରିଷଦର ସଦସ୍ୟ, ସଦସ୍ୟାମାନେ ତତ୍ପର ଅଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ଜଣାଣ ପ୍ରଭୃତି ଆଧ୍ୟାମିôକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରିଷଦର ସଭାପତି ତଥା ଆଇନଜୀବୀ ସଂଜୟ କୁମାର ଚୌଧୁରୀ, ସାଧାରଣ ସଂପାଦକ ବିନୋଦ ବିହାରୀ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ କୁମାର ଦାଶ ଓ ଡମ୍ବରୁଧର ପ୍ରଧାନଙ୍କ ସମେତ ‘ରୟାଲ୍ କ୍ଲବ’ର ବରିଷ୍ଠ କର୍ମକର୍ତ୍ତା ରାଜକିଶୋର ରାଉତ, ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଗଣେଶ୍ୱର ସାହୁ ପ୍ରମୁଖ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତଦାରଖ ଦାୟିତ୍ୱ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ