ଚାନ୍ଦା ପାଇଁ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ବି . ତୁରୁବୁଡି ଗ୍ରାମରେ ଗଣେଶ ପୂଜା ପାଳନ ସମୟରେ ଚାନ୍ଦା ଆଦାୟ କୁ କେନ୍ଦ୍ରକରି ୟୁ . ସଦାନନ୍ଦ ନାମକ ଜଣେ ଯୁବକ ଙ୍କୁ  ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ପୋଲିସ ଏହି ମାମଲାରେ ଗ୍ରାମର କଳକି ରାମ ବାଡତ୍ୟା ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।  ଗ୍ରାମରେ ଗଣେଶ ପୂଜା ଚାଲିଥିବା ସମୟରେ ବୁଧବାର ସଦାନନ୍ଦ ପୂଜା ମଣ୍ଡପରେ ବସିଥିବା ବେଳେ ଅଭିଯୁକ୍ତ ଜଣକ ସେଠାକୁ ଆସି ଚାନ୍ଦା ଆଦାୟ କୁ ନେଇ ପ୍ରଥମେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସଦାନନ୍ଦ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ କଳକିରାମ ତାଙ୍କୁ ଆକ୍ରମଣ କରିବା ସହ ପାଖରେ ପଡିଥିବା ଏକ ଇଟା ଖଣ୍ଡ ସାହାଯ୍ୟରେ ସଦାନନ୍ଦ ଙ୍କ ମୁଣ୍ଡକୁ  ମାରିଥିଲେ । ଘଟଣାପରେ ସଦାନନ୍ଦଙ୍କ ମାଆ ରକ୍ତାକ୍ତ ଅବସ୍ଥାରେ ପୁଅକୁ ଏକ ଅଟୋ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ପୁଅ ଦିଗପହଣ୍ଡି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ. ୩୫୭/୨୩ ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରାଯାଇଥିବା ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ