ଚାନ୍ଦିପୁର ରେ ଆଦିବାସୀ ଧର୍ମପୀଠ ଭଙ୍ଗା କୁ ବିରୋଧ

ବାଲେଶ୍ଵର, (ସରୋଜ ପଣ୍ଡା):ସଦର ତହସିଲ ଅଧୀନ ଚାନ୍ଦିପୁର ଠାରେ ଆଦିବାସୀଙ୍କ ଧର୍ମ ପୀଠ କୁ ସଦର ତହସିଲଦାର ଆଦିବାସୀମାନଙ୍କ ର ସ୍ଵତନ୍ତ୍ର ଆଇନ କୁ ଉଲଘଂନ କରି ଭାଙ୍ଗି ଦେଇଥିବାରୁ ଆଦିବାସୀ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଏ ନେଇ ଆଜି ଆଦିବାସୀଙ୍କର ପାରମ୍ପରିକ ଗ୍ରାମସଭା ପକ୍ଷରୁ ଶତାଧିକ ଆଦିବାସୀ ଜିଲ୍ଲାପାଳ ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏଥିରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଧର୍ମ ପୀଠ ନିର୍ମାଣ ପାଇଁ ଦାବି କରାଯାଇଛି।ଆଦିବାସୀ ଙ୍କ ଧାର୍ମିକ ଗୁରୁ ଲୁସା ମାଝୀ,ଗଣେଶ ତୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ