ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ୨୩ତମ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କମିଟିର ଉପ-ସଭାପତି ବିପ୍ଳବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାଶ, ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ କରୋନା ଯୋଗୁଁ ବନ୍ଦ ହୋଇଥିବା ମହୋତ୍ସବକୁ କୋଭିଡ ନିୟମ ମଧ୍ୟରେ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ଆଲୋଚନାଚକ୍ର ମାଧ୍ୟମରେ ଏହି ମହୋତ୍ସବକୁ ଆସନ୍ତା ୨୯ ତାରିଖ ପୂର୍ବାହ୍ନରେ ପାଳନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଚାନ୍ଦିପୁରଠାରେ ‘ପର୍ଯ୍ୟଟନ ବିକାଶରେ ମହାମାରୀ କରୋନା ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରାଯିବ । ସୀମିତ ସଂଖ୍ୟକଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତଥା କୋଭିଡ ନିୟମ ପାଳନ ମଧ୍ୟରେ ଏହି ଆଲୋଚନାଚକ୍ର ଆୟୋଜନ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେ ଓ ଶିଳ୍ପପତି ହିମାଂଶୁ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ କିଶୋର ଚନ୍ଦ୍ର ଦାସ ଓ ଭାଗବତ ସାହୁୁ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ସହ-ସମ୍ପାଦକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ସମରେନ୍ଦ୍ର ନାଥ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ