ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):୨୩ତମ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାର ବରେଣ୍ୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଥିଲେ କି ବାଲେଶ୍ୱର ଏକ ଐତିହ ସମ୍ପନ୍ନ ସାହିତ୍ୟ ଓ ସଂସ୍କୃତି ର ସହର । ମୁଁ ଏଭଳି ଜିଲ୍ଲାର କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି । ତେବେ ଏହି ମହୋତ୍ସବ ସମସ୍ତଙ୍କ ପାଇଁ ଉତ୍ସାହ ଉଦ୍ଦୀପନା ଆଣିଥିବା ବେଳେ ବେଳାଭୂମିର ପରିଛନ୍ନତା ବାବଦରେ ଉଚିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଚାନ୍ଦିପୁର ବେଳାଭୂମି ମହୋତ୍ସବର ପ୍ରତିଷ୍ଠାତା ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କୁ ମନେ ପକାଇବା ସହ ଚାନ୍ଦିପୁର ଅଞ୍ଚଳର ଜନସାଧାରଣଙ୍କ ସହଯୋଗ ଏହି ଉତ୍ସବକୁ ସଫଳତା ପଥରେ ଆଗେଇ ନେଇଛି ବୋଲି କହିଥିଲେ । ଦେଶର ବିଶେଷ ବେଳାଭୂମି ଭାବେ ପରିଚିତ ଏହି ଚାନ୍ଦିପୁରକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହି ମହୋତ୍ସବ ସଫଳ ହେଇଛ ବୋଲି ଶ୍ରୀ ଜେନା ମତ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଧାମରା ବନ୍ଦରର ଉପ-ନିର୍ଦେଶକ ଲଳିତ ନାରାୟଣ ରଥ, ଟାଟା ପାୱାରର ମୁଖ୍ୟ ନିର୍ବାହୀ ଅଧିକାରୀ ଭାସ୍କର ସରକାର ପ୍ରମୁଖ ଏଥିରେ ସମ୍ମାନିତ ଭାବେ ଯୋଗଦେଇ ମତ୍ସେବର ସଫଳତା କାମନା ସହ ନିଜର ନିଜର ଅନୁଭୁତି ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ଦିବ୍ୟଜ୍ୟୋତି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପର୍ଯ୍ୟଟନ ବିଭାଗର ଉପ-ନିର୍ଦେଶକ ଗଗନ କୁମାର ସାହୁ ଏଥିରେ ମଞ୍ଚାସୀନ ଥିଲେ । ମହୋତ୍ସବ କମିଟିର ବେଳାଭୂମି ଉତ୍ସବ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ କୁମାର ଦାଶଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ କିଶୋର ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥବା ବେଳେ ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ, ଉପ-ସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ପ୍ରହ୍ଲାଦ ମହାନ୍ତି, ଭାଗବତ ସାହୁ, ସମରେନ୍ଦ୍ର ଦାସ, ସାଂସ୍କୃତିକ ସମ୍ପାଦକ ଡ. ଶ୍ରୀମାନ ଶ୍ରୀଚନ୍ଦନ, ସହ ସମ୍ପାଦକ ହାଇଦର ଖାନ, କୋଷାଧକ୍ଷ ମାଧବାନନ୍ଦ ମିଶ୍ର, ସଦସ୍ୟ ଆଲମ ଅଲ୍ଲୀ ଖାନ, ଅମୃତାଂଶୁ ପଟ୍ଟନାୟକ, ତପନ ଜେନା ପ୍ରମୁଖ ମଂଚାସୀନ ଥିଲେ । ପାନ୍ଥ ନିବାସ ପରିଚାଳକ ଅରୁଣ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍ସବର ସଂଚାଳନ ବେଶ ଶୃଙ୍ଖଳିତ ହେଇପାରିଥିଲା । କମିଟିର ସଦସ୍ୟ ସୁକୁମାର ରଣା, ସନ୍ଧ୍ୟା ଭୂୟାଁ, ଅପର୍ଣ୍ଣା ମହାପାତ୍ର, ସତ୍ୟପ୍ରିୟ ମହାନ୍ତି, ଉପେନ୍ଦ୍ର ବେହେରା, କାର୍ତିକ ରଣା ପ୍ରମୁଖ ଶନିବାର ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଆଂଚଳିକ କଳାକାରଙ୍କ ସମେତ ପୁରୀ କଳିଙ୍ଗ ସାଂସ୍କୃତିକ ଏକାଡେମୀ ଦ୍ୱାରା ଗୋଟିପୁଅ ନାଚ ଏବଂ କଟକର ଖ୍ୟାତନାମା ମେଲୋଡି ଟ୍ରୁପଙ୍କ ଦ୍ୱାରା ସଂଗୀତ ପରିବେଶିତ ହୋଇଥିଲା ।