ଚାନ୍ଦୁଲି ପଂଚାୟତରେ ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଂଚାୟତ ଖଣ୍ଡରା ଗ୍ରାମ ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଶୁକ୍ରବାର ତହସିଲ ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ମିଳିତ ଭାବେ ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଇଓ କିଶୋର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ବ୍ଳକ ଉପାଧ୍ୟକ୍ଷା ଗିତାଂଜଳି ପଣ୍ଡା, ସରପଂଚ ଲକ୍ଷ୍ମଣ ଗୌଡ଼ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ହିସାବ ଅଧିକାରୀ ଦିବ୍ୟଲୋଚନ ନାୟକ, ଜିପିଓ ପ୍ରଶାନ୍ତ କୁମାର ର୍, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ପ୍ରମୁଖ ମଂଚାସିନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଚାନ୍ଦୁଲି, ବୁରୁପୋଡ଼ା, ସିକିରି ଓ ରାଳବ ପଂଚାୟତର ୯୮ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପିଇଓ ଅଶ୍ୱିନି ସାହୁ, ଶିବରାମ ରଣା, ପି. ଶଙ୍କର ରାଓ, ସରଂପଚ ପ୍ରତିମା ବେହେରା, ଉମାଶଙ୍କର ସାବତ, ଜାଗିଲି ଦାସ, କନିଷ୍ଠ ଯନ୍ତ୍ରୀ ନୃସିଂହ ପାତ୍ର, ଅଶୋକ ପଣ୍ଡା, ସୁଧିର ସ୍ୱାଇଁ, ଲଡ଼ୁ ବେହେରା,ମନୋଜ ପ୍ରଧାନ ଶଙ୍କର ଗୌଡ଼ଙ୍କ ସମେତ ବହୁ ଗ୍ରାମ ରୋଜଗାର ସେବକ, ଅଙ୍ଗନୱାଡ଼ି ଓ ଆଶାକର୍ମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ତହସିଲ ଓ ବ୍ଳକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।


