ଶ୍ରବଣ ସେବା ଅନୁଷ୍ଠାନ ଦ୍ୱାରା ଶୀତବସ୍ତ୍ର ବଣ୍ଟନ
କୋଦଳା :- ବର୍ଷକୁ ବିଦାୟ ଦେଇ ସମସ୍ତେ ନୂତନ ବର୍ଷ ୨୦୨୦କୁ ସ୍ୱାଗତ ଜଣାଇଛନ୍ତି କ୍ଷ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି l କୋଦଳା ଅଞ୍ଚଳରେ ନୂତନ ରୂପେ ଗଢି ଉଠିଥିବା ସ୍ବେଛାସେବୀ ଭାବେ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି l ଅନୁଷ୍ଠାନର ସଭାପତି ବିଶ୍ୱନାଥ ପ୍ରଧାନ (ବୋନି)ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ l ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ୨୩ ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା l ଶ୍ରବଣ ସେବା ଅନୁଷ୍ଠାନର କ।ର୍ଯ୍ୟଶୌଳିକୁ ବିଧାୟିକା ଭୁରି ପ୍ରଂଶସା କରିଥିଲେ କ୍ଷ ଏହିଭଳି କ।ର୍ଯ୍ୟରେ ପ୍ରତ୍ୟେକ ସମୟରେ ଯୋଗଦାନ କରିବି ବୋଲି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପ୍ରତିଶୃତି ଦେଇଥିଲେ l ଏବଂ ଅନୁଷ୍ଠାନ ତରଫରୁ ବିଧାୟିକାଙ୍କୁ ନୂତନ ବର୍ଷର ଅଭିନନ୍ଦନ ସହ ଫୁଲତୋଡ଼ା ଉପହାରର ଶୁଭେଚ୍ଛା ଜଣାଇଥିଲେ l ଏଥିରେ ଅନୁଷ୍ଠାନର ମିଥୁନ ପ୍ରଧାନ, ଜଗନ କୁମାର ସେଠୀ, ଲିଟୁ ପରିଡା, ସୁରଜ ପ୍ରଧାନ, ଫିରୋଜ ପରିଡା, ଶୁଭେନ୍ଦୁ ନାହାକ, ପ୍ରଦୀପ ପରିଡା, ମୁନା ସେଠୀ, ପିକାଶ ମହାନ୍ତି ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ l


