ଚାପରେ କନିଷ୍ଠ ଶିକ୍ଷକ : ରାଜ୍ୟ ସରକାରଙ୍କ ବିଚିତ୍ର ନୀତି

ଜଗତସିଂହପୁର, (ଅନସୂୟା ରାଉତ) :-ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ବିଦ୍ୟାଳୟର ଉପସ୍ଥାନ ଶତପ୍ରତିଶତ ବୃଦ୍ଧି କରିବା ପାଇଁ କନିଷ୍ଠ ଶିକ୍ଷକମାନଙ୍କୁ ଘରଘର ବୁଲି ଅନୁପସ୍ଥିତଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାର ଦାୟିତ୍ବ ପ୍ରଦାନ କରାଯିବ । ଏହି ଘୋଷଣା ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି । ଗତବର୍ଷ ରାଜ୍ୟ ସରକାର ଭ୍ରାମ୍ୟମାଣ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାଁର ବିଭିନ୍ନ କୋଣ ଅନୁକୋଣ ବୁଲି ଶିକ୍ଷାଦାନ କରିଥିଲେ । କେତେକ ଶିକ୍ଷକ ଶିକ୍ଷୟିତ୍ରୀ କୁକୁର କାମୁଡାର ଶିକାର ପ୍ରତିଷେଧକ ଟିକା ନେବାକୁ ଡାକ୍ତର ଖାନା ଦୌଡିଥିଲେ । କେତେକ ସ୍ଥାନରେ ପର୍ବ ପାଳନ ଆଳରେ ଜାଣିଶୁଣି ମାଇକ ଓ ବିଭିନ୍ନ ପ୍ରକାର ବାଣ ଫୁଟାଇ ଶିକ୍ଷାଦାନକୁ ଭଣ୍ଡୁର୍ କରିଥିଲେ । ସର୍ବସାଧାରଣରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅପମାନିତ ଘଟଣା ଦେଖିବାକୁ ମଳିଥିଲା । ଏହିସବୁ ଘଟଣାକୁ ମନେପକାଇ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଭୟଭୀତ ହେବାର ଲକ୍ଷ୍ୟକରାଯାଉଛି । ଯଦି ରାଜ୍ୟ ସରକାର ଏହି ସଚେତନଧର୍ମୀ କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚିତ ନେତାମାନଙ୍କୁ ଘରଘର ବୁଲି ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମନରେ ସଚେତନତାର ମନ୍ତ୍ର ଫୁଙ୍କନ୍ତେ ତେବେ ଶିକ୍ଷାକ୍ଷେତ୍ରରେ କୀଛି ପରିବର୍ତ୍ତନ ଘଟିପାରେ ବୋଲି କେତେକ ଶିକ୍ଷାବିତ ମତ ରଖିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ