ଚାରିଆଡେ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥର ପରିକ୍ରମା….. ଜୟ ଜଗନ୍ନାଥ ପରିବେଶ….. ଚାଉଳ ଓ ଗୁଆ ସମର୍ପଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ମାଟି ଯେଉଁଠି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପାଇଁ ନିଜକୁ ଗର୍ବ ଅନୁଭବ କରେ ଆଜି ସେହି ଗଜପତି ଜିଲ୍ଲାରେ ଶ୍ରୀମନ୍ଦିର ଐତିହାସିକ ପରିକ୍ରମା ପ୍ରକଳ୍ପ ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ, ଆମ ଓଡିଶା ନବୀନ ଓଡିଶା ଯୋଜନାର ଏକ ଅଂଶ ବିଶେଷ ସେହି
ଶୁଭ ଉଦ୍ଘାଟନ ଉତ୍ସବ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ ପରିକ୍ରମା ଚାଲିଛି. ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥର ଏହି ପରିକ୍ରମା ଯୋଗୁଁ ଗାଁରୁ ସହର ଚାରିଆଡେ ଶ୍ରୀଜଗନ୍ନାଥଙ୍କ, ଜୟ ଜଗନ୍ନାଥ ନାମ ମୁଖରିତ ହୋଇଉଠିଛି. ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ ରହିଥିବା ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ, ଗୁମ୍ମା, କାଶୀନଗର ବ୍ଲକ ସମେତ କାଶୀନଗର ଏନଏସି ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ରଥ ପରିକ୍ରମା କରୁଛି. ଗତକାଲି ପାରଳା ସହରର 5,6,7,8 ୱାର୍ଡରେ ରଥ ପରିକ୍ରମା କରିଥିବାବେଳେ ଆଜି ପୁଣି ଏହି ରଥ ଗୁଡିକ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରୁ ପୂଜା ପାଠ କରି 1,12,13 ଓ 16 ନଂ ୱାର୍ଡରେ ପରିକ୍ରମା କରିଛି. ପ୍ରତେକ ଅଞ୍ଚଳରେ ଓ ସାହି ଗୁଡିକରେ ସମସ୍ତଙ୍କ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ସହ ପ୍ରଦୀପ ପ୍ରଜ୍ବଳନ କରି ରଥକୁ ସ୍ୱାଗତ କରିବା ସହ ଗୁଆ ଓ ଚାଉଳ ପ୍ରଦାନ କରି ଜୟ ଜଗନ୍ନାଥ ନାମ ମୁଖରିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି. ଆଜିର ଏହି ପରିକ୍ରମାରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାରଳାଖେମୁଣ୍ଡି ସହରରେ ନେତୃତ୍ୱ ନେଇଥିବାବେଳେ ବହୁ ରାଜନେତା, ଜନ ପ୍ରତିନିଧି, ବରିଷ୍ଠ ପଦାଧିକାରୀ, ଶ୍ରୀଜଗନ୍ନାଥଙ୍କ ବହୁ ଭକ୍ତ ଅଂଶ ଗ୍ରହଣ କରିଛନ୍ତି. ସେହିପରି ଗଜପତିର କାଶୀନଗର ବ୍ଲକର ସମସ୍ତ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ପାଇଁ ତିନୋଟି ରଥର ଉନ୍ମୋଚନ ହୋଇଛି. ଏହି କାର୍ଯ୍ୟକ୍ରମକୁ ଅଧିକ ଭାବପୂର୍ଣ୍ଣ ଓ ତ୍ୱରାନ୍ୱିତ କରିବା ନିମନ୍ତେ ବିବିଧ ସଂସ୍କୃତିକ ଓ ପ୍ରଚାରଧର୍ମି କାର୍ଯ୍ୟକ୍ରମ ମାଧ୍ୟମରେ କାଶୀନଗର ବ୍ଲକ ମଧ୍ୟରେ ଥିବା ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ଙ୍କ ଦ୍ୱାରା ଯେଉଁ ବ୍ୟବସ୍ତା କରାଯାଇଛି ସେଥିପାଇଁ ବ୍ଲକର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞ୍ୟାପନ କରିଛନ୍ତି. ଏହି କାର୍ଯ୍ୟକ୍ରମ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା,ବି ଡି ଓ ଅନୁପ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ଆରମ୍ଭ ହୋଇ ଥିବା ବେଳେ ଏହି କାର୍ଯ୍ୟକ୍ରମ ତିନି ଦିନ ପର୍ଯ୍ୟନ୍ତ ହେବ ବୋଲି ସ୍ଥାନୀୟ ବିଡ଼ିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି. ଗଜପତି ଜିଲ୍ଲା ବିଜେଡି ପ୍ରଭାରୀ ଅଶୋକ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ ଙ୍କ ସହ ଅନ୍ୟ ପ୍ରମୁଖ ସଦସ୍ୟ ଓ ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇ ଥିବାରୁ କାର୍ଯ୍ୟକ୍ରମଟି ଆହୁରି ଭକ୍ତିମୟ ହେବା ସହ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଥିବା ନଜରକୁ ଆସିଥିଲା.


