ଚାରିଗାଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଭାପତି ତଥା ଚାରିଗାଁ ସରପଞ୍ଚ ଗୀତିକା ଭୋଇଙ୍କ ସଭପତିତ୍ୱ ଓ ସଂପାଦକ ରାମ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳୋନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଧରଣୀଧର କର, ପୂର୍ବତନ ସରପଞ୍ଚ ବନମାଳୀ ବେହେରା ଯୋଗ ଦେଇଥିଲେ । ରାମ ଚନ୍ଦ୍ର ସାହୁ ଅତିଥି ପରିଚୟ ଓ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ନୋଡାଲ ଏନ୍.ଜି.ଓ ସି.ଏଫ.ଏବ୍ଲ୍ୟୁ.ଏସ୍.ଡି କାର୍ଯ୍ୟକାରୀ ସଂପାଦକ ନୃସିଂହ ଚରଣ ମହାନ୍ତିଙ୍କ ସହଯୋଗରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ଭାବେ କାଳିପଦ ରାୟ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ଏହି ଶିବିରରେ ପରିଚାଳନା, ରକ୍ଷଣାବେକ୍ଷଣ ଓ ନଥିପତ୍ର, ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କ ଉପକରଣ ବ୍ୟବହାର, ଉଦ୍ଧାର କୌଶଳ ଏବଂ ପ୍ରାଥମିକ ଚିକିତ୍ସା ଦଳକୁ ପ୍ରାଥମିକ ଚିକିତ୍ସା ସଂପର୍କରେ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଶିବିରରେ ଚନ୍ଦ୍ରକାନ୍ତ ବେହେରା, ବିଶ୍ୱଜିତ୍ ସାହୁ, ଜୟଶ୍ରୀ ବେହେରା, ଶୈଳବାଳା ସାହୁ, ଅନାମ ଜେନା, ଆନନ୍ଦ ଜେନା, ରଶ୍ମିରେଖା ସାହୁ ସହଯୋଗ କରିଥିଲେ ।


