ଚାରିଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଚାରି ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଫେବୃଆରୀ ୧୫ ତାରିଖ ଦିନ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି। ଚାରି ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ହେଲା ମଥୁରା ଗ୍ରାମର ବଡ ସାଗର, ଲକ୍ଷ୍ମଣପଲ୍ଲୀ ଓ ହୀରାପଲ୍ଲୀ ଗ୍ରାମର ରଥ ସାଗର, ଏବଂ ସୋଡ଼କ ଗ୍ରାମର ବଡ ହ୍ରଦ ଓ ଆମ୍ବ ଘାଇ। ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଗର ସୁପରିଟେଣ୍ଡଟ ଇଞ୍ଜିନିୟର ଅରୁଣ କୁମାର ଶୁକ୍ଳା, ଆସିଷ୍ଟାଣ୍ଡ ଏକ୍ସଜିଟିଭି ଇଞ୍ଜିନିୟର ବି.ସାନୁଜ କୁମାର ଓ ଆସିଷ୍ଟାଣ୍ଡ ଇଞ୍ଜିନିୟର ଶକ୍ତିକାନ୍ତ ଜେନା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଜନସାଧାରଣ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ମନ୍ତ୍ରୀ ଜନସାଧାରଣଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ