ଚାରିଛକ ଥାନା ପକ୍ଷରୁ ବଜାର ଓ ସ୍ଵାସ୍ଥ୍ୟକେନ୍ଦ୍ର ସଫେଇ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଥାନା ପକ୍ଷରୁ ଚାରିଛକ ବଜାର ଓ ସ୍ଵାସ୍ଥ୍ୟକେନ୍ଦ୍ର ପରିସର କୁ ବୁଧବାର ସଫେଇ କରାଯାଇଥିଲା ।ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ, ଚାରିଛକ ପ୍ରେସ କ୍ଲବ ,ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚ ,ପ୍ରାଚୀ ସାହିତ୍ୟ ସଂସଦ ,ବିଶ୍ଵ ପ୍ରାର୍ଥନା ଦିବସ ମଞ୍ଚ ,ନିରାଶ୍ରୟ ସେବାଶ୍ରମ ସଂଘ ସମେତ ବଜାର କମିଟି, ଭୋଦର, ତୁଳସୀପୁର ,ଛଣିଜଙ୍ଗ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ / ସଭ୍ୟା ମାନେ ଏହି ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଚାରିଛକ ବଜାର ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଠାରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଶେଷ ହୋଇଥିଲା ।ଏହି ପରି ଚାରି ଦିଗ ରାସ୍ତା ସଫେଇ କାର୍ଯ୍ୟ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ଥାନା ଅଧିକାରୀ ମମତା ବିଶ୍ଵାଳ ସୂଚନା ଦେଇଛନ୍ତି ।ଥାନା ଅଧିକାରୀ ଙ୍କ ଏପରି କାର୍ଯ୍ୟକୁ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ,ଡ଼.କେଦାରନାଥ ସାହୁ ଓ ପ୍ରେସ କ୍ଲବ ସଭାପତି ପ୍ରଫୁଲ କର ଓ ସମ୍ପାଦକ ବସନ୍ତ ଦାସ ଙ୍କ ସମେତ ସମସ୍ତ ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ